ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଗତକାଲି ରାତି ୧ଟା ୧୦ ମିନିଟରେ ହାଇଦ୍ରାବାଦ ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କେଉଁଠାରେ ହେବ ଏବଂ ଓଡ଼ିଶାରେ ତାଙ୍କର ଶେଷ ଦର୍ଶନ କରିବାର ସୁଯୋଗ ମିଳିବ କି ନା ତାକୁ ନେଇ ସନ୍ଦେହ ଦେଖା ଦେଇଛି। ଏସଂପର୍କରେ ସମ୍ବାଦ ଡଟ୍ ଇନ୍ ପକ୍ଷରୁ ଦିବଙ୍ଗତ ଦେବୁ ବୋଷଙ୍କ ଧର୍ମପତ୍ନୀ ମଧୁମିତାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ ଆଉ ତାଙ୍କୁ ଟଣାଓଟରା କରିବାର ଇଚ୍ଛା ନାହିଁ। ବଡ଼ ପୁଅ ଆମେରିକାରେ ରହୁଛି। ସେ ଶନିବାର ଦିନ ହାଇଦ୍ରାବାଦଠାରେ ପହଂଚିବାପରେ ହାଇଦ୍ରାବାଦଠାରେ ହିଁ ଅନ୍ତେଷ୍ଟି କ୍ରିୟା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ୪ ମାସ ହେଲା ଶ୍ରୀ ବୋଷ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିପବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।
୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ଦେବୁ ବୋଷ ବହୁ ଓଡ଼ିଆଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ ପାଇର୍ ସବୁ ଦିନ ମନେ ରହିବେ। କାବେରୀ, ସୁନା ଚଢ଼େଇ, ଚକାଭଉଁରି, ସହରୀ ବାଘ, କି ହେବ ଶୁଆ ପୋଷିଲେ, ଓ ‘ପୁଅ ମୋର କଳା ଠାକୁର’ ଭଳି ଶତାଧିକ ସଫଳ ଓଡ଼ିଆ ଚଳଚିତ୍ରର ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି। ଓଲିଉଡର ଲୋକପ୍ରିୟ ଚରିତ୍ର ଅଭିନେତା ଦେବୁ ବୋଷ ତାଙ୍କ ଦୀର୍ଘ ୩୮ ବର୍ଷର କ୍ୟାରିଅରରେ ୧୨୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଥିଲେ।