ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଡୁଡୁକା କଲେଜ ପଛ ପଟ ରେଳ ଧାରଣାରୁ ମହିଳାଙ୍କ ମୁଣ୍ଡ କଟା ମୃତଦେହ ଉଦ୍ଧାର । ମୃତକ ମହିଳା ଜଣକ କେନ୍ଦାଯୋର ଗାଁର ବୋଲି ସୂଚନା ମିଳିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।
କିନ୍ତୁ ମୃତଦେହ ନିକଟରେ ରଶି ଖଣ୍ଡେ ପଡ଼ିଥିବାରୁ କେହି ହତ୍ୟା ପରେ ବାନ୍ଧି ଆଣି ଆତ୍ମହତ୍ୟାର ରୂପ ଦେବା ପାଇଁ ରେଳ ଧାରଣାରେ ପକେଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/13-6.jpg)