ହରଭଙ୍ଗା: ତାମିଲନାଡୁରେ ଗତ ଗୁରୁବାର ଦିନ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି। ଗାଁରେ ମୃତହେଦ ଫେରିବା ପରେ ଶୋକର ଛାୟା ଖେଳିଯାଇଛି। ବାଘୁଆକଟା ଗ୍ରାମରେ ଥିବା ଦାଦନ ଦଲାଲଙ୍କ ଘର ଆଗରେ ମୃତ ଜୟ ଭୋକ୍ତାଙ୍କ ଶବ ରଖି ତାଙ୍କର ଅସହାୟ ବିଧବା ପତ୍ନୀ ଓ ଛୋଟ ଛୋଟ ୨କୁନି ସନ୍ତାନଙ୍କ ଭରଣ ପୋଷଣ ପାଇଁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ସେଠାରେ ପହଂଚିନଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/06/harbhanga1.jpg)
ତେବେ ଦଲାଲ ସୁଶାନ୍ତ ପ୍ରଧାନ ଘରେ ତାଲା ପକାଇ ୩ଦିନ ହେଲା କୁଆଡେ ଫେରାର ମାରିଥିବାରୁ ଏହି ଘଟଣାଟି ଜଟିଳ ମୋଡ଼ ନେବାକୁ ଯାଉଛି। ପ୍ରକାଶ ଥାଉକି ଗତ ଗୁରୁବାର ଦିନ ଅପରାହ୍ନରେ ଏକ ୪୦୭ ମିନିଟ୍ରକରେ ଟାଇଲ ଇଟା ନେଇ ସେମାନେ ଯାଉଥିବା ବେଳେ ତିର୍ଚି ଅଞ୍ଚଳରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱା ଟିପ୍ପରକୁ ପଛପଟୁ ଧକ୍କା ହେଇଥିଲା। ଫଳରେ ଘଟଣାସ୍ଥଳରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତ ବଘୁଆକଟା ଗ୍ରାମର ଜୟ ଭୋକ୍ତାଏବଂ ତିଲେଶ୍ଵର ପଞ୍ଚାୟତ ଜିରାଡ଼ ଗ୍ରାମର ଅଙ୍ଗଦ ପ୍ରଧାନ ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ଏଥି ସହିତ ସାମ୍ପୋଚ ପଂଚାୟତ ବରଝୁଲି ସନନ୍ଦ ଭୋଇ ନାମକ ଅନ୍ୟଜଣେ ଦାଦନ ଗୁରୁତର ଆହତ ହୋଇ ସେଠାରେ ଚିକିତ୍ସାଧିନ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/harbhanga.jpg)