ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ ପ୍ରତାରଣା; ଅଭିଯୋଗ ରଖିଲାନି ଲରମ୍ଭା ପୁଲିସ, ଏସ୍‌ଡିପିଓଙ୍କୁ ଭେଟିଲେ ପୀଡ଼ିତା

ଲରମ୍ଭା : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ଜଣେ ଯୁବକ ପ୍ରତାରଣା କରିଛନ୍ତି। ଏନେଇ ଯୁବତୀ ଜଣକ ସେହି ଥାନା ଅନ୍ତର୍ଗତ ବରାହାମୁଣ୍ତା ଗାଁର ସୁଶାନ୍ତ ପୋଢ଼ (୨୦ବର୍ଷ)ଙ୍କ ନାଁରେ ପୁଲିସ ଅଭିଯୋଗ କରିଛନ୍ତି। ଏନେଇ ପୀଡ଼ିତା ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୋଗ ନରଖିବାରୁ ସେ ପାଟଣାଗଡ଼ ଏସ୍‌ଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।

OdishaTV

ଯୁବତୀଙ୍କ ଅଭିଯୋଗ ମୁତାବକ, ୧୯ବର୍ଷୀୟା ଉକ୍ତ ଯୁବତୀ ଘରୁ ଯିବାଆସିବା କରି ନିକଟସ୍ଥ କଲେଜରେ ପାଠ ପଢ଼ନ୍ତି। ୨୦୧୯ ଡିସେମ୍ବର ୨୫ ତାରିଖ ଦିନ ଅଭିଯୁକ୍ତ ସୁଶାନ୍ତ ବାଟରୁ ଯୁବତୀଙ୍କୁ ଉଠାଇ ନେଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ସୁଶାନ୍ତ ଉକ୍ତ ଯୁବତୀଙ୍କୁ ନିଜ ଜମି ଖଳାକୁ ନେଇ ଶାରୀରିକ ସମ୍ପର୍କ ରିଖିଥିଲା। ତା ପର ଦିନ ସକାଳୁ ଯୁବତୀଙ୍କୁ ନିଜ ଘରକୁ ନେଇ ଯାଇଥିଲା। ୧୫ ଦିନ ଘରେ ରହିବା ପରେ ସୁଶାନ୍ତ ଉକ୍ତ ଯୁବତୀଙ୍କୁ ନେଇ ବ୍ରହ୍ମପୁରକୁ ଦାଦନ ଖଟିବାକୁ ଯାଇଥିଲା। ବ୍ରହ୍ମପୁରରେ ୫ ମାସ ରହିବା ପରେ ପୁଣି ଘରକୁ ଫେରିଥିଲେ। ଦିନକ ପରେ ପୁଣି ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ୪ ମାସ ରଖିଥିଲା। ଶେଷରେ ସୁଶାନ୍ତ ଉକ୍ତ ଯୁବତୀଙ୍କୁ ନିଜ ଗାଁ ବରାହାମୁଣ୍ତାକୁ ଆଣି ଏକ ଭଡ଼ା ଘରେ ରଖିଥିଲା। ବିବାହ କଥା ଉଠାଇବାରୁ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ଗତ ଜାନୁଆରି ୨୧ ତାରିଖ ଦିନ ଯୁବତୀଙ୍କ କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁଶାନ୍ତ ଘରୁ ଫିଙ୍ଗିଦେବା ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରି ଦେଇଥିଲା। ଖବର ପାଇ ଯୁବତୀଙ୍କ ବାପା–ମା’ ପହଞ୍ଚି ତାଙ୍କୁ ନେଇ ଲରମ୍ଭା ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ସଂପର୍କରେ ଲରମ୍ଭା ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ପଚାରିବାରୁ ଅଭିଯୋଗ ବିଷୟରେ ଆପଣଙ୍କୁ ପରେ ଜଣାଇବି ବୋଲି କହିଥିଲେ। ଏସ୍‌ଡିପିଓ ସୁରେଶ ନାଏକଙ୍କୁ ପଚାରିବାରୁ ଝିଅଟି ଅଭିଯୋଗ ପାଇଁ ଆସିଥିଲା ବୋଲି କହିଥିଲେ। ହେଲେ ଅଧିକ କିଛି କହିବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର