ପୌର ପରିଷଦର ବୈଠକରେ ନିଷ୍ପତ୍ତି: ଶ୍ମଶାନ ପାଇଁ ଖର୍ଚ୍ଚ ହେବ କୋଟିଏ

ମାଲକାନଗିରି: ମାଲକାନଗିରି ପୌର ପରିଷଦର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଉପସ୍ଥିତ ରହିଥିଲେ। ବିଧାୟକ ପ୍ରତିନିଧି ସଂଜୟ ସରକାର,ଉପାଧ୍ୟକ୍ଷା କବିତା ମହନ୍ତ,ପୌର ନିର୍ବାହୀ ଅଧିକାରୀ ତ୍ରିସୁଲ ମାରାଡି ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମ ବୈଠକରେ ପୌର ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋନଚା କରାଯାଇଥିଲା।

ବିଶେଷକରି ପାଣି,ସୌନ୍ଦର୍ଯ୍ୟକରଣ,ବିଦ୍ୟୁତ,ରାସ୍ତା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।ମାଲକାନଗିରିର ଶ୍ମଶାନ ପାଇଁ ପ୍ରାୟ ଏକ କୋଟି ଟଂକା ଖର୍ଚ୍ଚ ହେବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା।ପରବର୍ତ୍ତୀ ସମୟରେ ତଳସାହିର ଶ୍ମଶାନର ଉନ୍ନତି କରଣ ହେବ ବୋଲି ଜଣାପଡିଛି।ଅଂଗନବାଡି କେନ୍ଦ୍ରରେ ବିଦ୍ୟୁତ ସେବା ଯୋଗାଇ ଦେବା ସହ ସମସ୍ତ ଶୌଚାଳୟରେ ପାଣିର ବନ୍ଦବସ୍ତ କରିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ବାଲିସାଗର ପଖୋରୀର ଉନ୍ନତିକରଣ,ଆସନ୍ତା ୨୦୨୨-୨୩ର ବଜେଟ ଉପସ୍ଥାପନା କରାଯାଇଥିଲା।

ସେହିପରି କାଉନସିଲରମାନେ ନିଜ ନିଜ ଵାର୍ଡର ସମସ୍ୟାଗୁଡିକ ଉପସ୍ଥାପନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ପେଣ୍ଡ୍ରା ପଣ୍ଡା,ପଦ୍ମିନୀ ନାୟକ,ପିତାମ୍ବର ସେଠୀ,ଦୀପ୍ତିମୟୀ ବେହେରା,ଦିପିକା ରାଣୀ ପୂଜାରୀ,ସଂଯୁକ୍ତା ଦାସ, ଘାସିରାମ ବଇଁସା, ଜ୍ୟୋତ୍ସ୍ନାରାଣୀ ପୋଲାଇ, ବତୀ ଜାନୀ, ମଇନା କମାର, ତ୍ରିମଲା ନାୟକ, ଗଣେଶ କୁମାର ସାହା, ପାର୍ବତୀ ନାୟକ, ବିକାଶ କୁମାର ଦାସ, ରାଜିଆ ଆଲୁଵାଲିଆ, ରାଜୀବ ଲୋଚନ ଶିଶା, ରୁଚି ଅନ୍ତିଆ, ସୁବ୍ରତ ମଜୁମଦାର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର