ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରସଙ୍ଗରେ ଏଥର ବି ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ ନାହିଁ। ଆଜି ସାମ୍ବାଦିକମାନେ ଏ ପ୍ରସଙ୍ଗରେ ତାଙ୍କ ମତାମତ ଲୋଡ଼ିବାରୁ ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନରେ ପ୍ରାର୍ଥୀ କିଏ ହେବ ତାହା ଗୁରୁତ୍ବପୁର୍ଣ୍ଣ। ଏବେଠାରୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ କିଛି ବି କହିବା ଜଲଦି ହେବ। ନିର୍ବାଚନ ପାଇଁ ଏବେବି ବହୁତ ସମୟ ଅଛି। ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ କି ବୋଲି ପ୍ରଶ୍ନ କରାଯିବାରୁ ମାପିଚୁପି ବୟାନ ଦେଇଥିଲେ ନବୀନ। ସେ କହିଥିଲେ ଏବେଠୁ ଏସବୁ କହିବା ସମ୍ଭବ ନୁହେଁ। ପ୍ରସଙ୍ଗ ଯେତେବେଳେ ଆସିବ ସେତେବେଳେ ବିଚାର କରାଯିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଣ କଂଗ୍ରେସ ଅଣ ବିଜେପି ମିଳିତ ଫ୍ରଣ୍ଟର ପ୍ରାର୍ଥୀ ସମ୍ଭାବନାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ବିଜେଡି ନିଜର ସ୍ବାଧୀନତାକୁ ଗୁରୁତ୍ବ ଦିଏ। ଉଭୟ ୟୁପିଏ ଓ ଏନଡିଏ ଠାରୁ ଆମେ ସମଦୂରତା ରଖିଛୁ ଓ ଏହା ଆଗକୁ ବି ଜାରି ରହିବ। ସେ ପୁଣି କହିଥିଲେ ଆମେ ସବୁବେଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିନାହୁଁ।
ରାଷ୍ଟ୍ରପତି ନିର୍ବାଚନ ନିର୍ବାଚନରେ ଏନଡିଏର ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେଡି ଓ ୱାଇଏସଆରସିପି ଦଳାର ପ୍ରମୁଖ ଭୁମିକା ରହିଥିବାବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ପାଇଁ ବିରୋଧୀ ଦଳ ନବୀନଙ୍କ ସହିତ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ୧୧ ତମ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମ୍ମିଳନୀରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/dgdagadg.jpg)