ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ନିଷ୍ପତ୍ତି ଐତିହାସିକ: ଅତନୁ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସାରା ଦେଶର ଗାନ୍ଧୀପ୍ରେମୀଙ୍କୁ ଉଦ୍‌ବୁଦ୍ଧ କରିଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ୧୯୨୧ ମାର୍ଚ୍ଚ ୨୩ରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନ ପରେ ଐତିହ୍ୟଭରା ଓଡ଼ିଶା ପ୍ରତି ତାଙ୍କର ଆତ୍ମୀୟତା କଥା ସେ ବହୁବାର ଉଲ୍ଲେଖ କରିଛନ୍ତି। ଓଡ଼ିଶା ସହ ତାଙ୍କର ଭାବାବେଗକୁ ଅଧିକ ସ୍ମରଣୀୟ କରିବା ଲାଗି ରାଜ୍ୟର ସମସ୍ତ ଗା‌ନ୍ଧୀ ପୀଠକୁ ଐତିହାସିକ ମାନ୍ୟତା ସହ ବରପୁତ୍ରଙ୍କ ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଓଡ଼ିଶାର ସବୁ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର