ମାସ୍କ୍‌ ପାଇଁ ଜରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ: ମାମାଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ଜରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଜରିମାନା ରାଶି ବୃଦ୍ଧି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହୋଇଥିବା ୧୦ ଜଣ ବ୍ୟକ୍ତିଙ୍କ ସତ୍ୟପାଠ ସଂଗ୍ରହ କରି ସରକାରଙ୍କ ନିକଟରେ ଦାଖଲ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ସତ୍ୟପାଠ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କ ହୋଇଥିବ ଓ ସେମାନେ ମାସ୍କ ନ ପିନ୍ଧି ‌ଜରିମାନା ଦେଇଥିବେ। ଏଭଳି ସତ୍ୟପାଠ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଜରିମାନା ରାଶି ସଂଶୋଧନ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ଆବେଦନକାରୀ ନିବେଦନ କରିବେ। ଯଦି କିଛି ଫଳ ନ ମିଳେ ତେବେ ଆବେଦନକାରୀ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଏ ସଂପର୍କିତ ମାମଲା ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପର୍‌ଭର୍‌ଜିତ୍ ସିଂ ସାଲୁଜାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର