ପୁରୀ : ରଥଯାତ୍ରା ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତରସି ଗଲେଣି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ ମହଲ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲଗାଇଥିଲା। ଯେହେତୁ ରଥଯାତ୍ରା ଶେଷ ହୋଇଛି, ସେହି ଦୃଷ୍ଟିରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବାକୁ ଦାବି କରିଛନ୍ତି। କୋଭିଡ୍ କଟକଣା ମାନି ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ରଖିଛନ୍ତି।
ଅନ୍ୟ ପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏ ସଂପର୍କରେ ସ୍ପଷ୍ଟ କରି ଗଣମାଧ୍ୟମକୁ କହିଛନ୍ତି କି ଜୁଲାଇ ୨୫ରେ କଟକଣା ଅବଧି ଶେଷ ହେଉଥିଲେ ବି ରାଜ୍ୟ ସରକାର ଜୁଲାଇ ଶେଷ ପର୍ଯ୍ୟନ୍ତ କୋଭିଡ୍ କଟକଣା ଲଗାଇଛନ୍ତି। ଏହି ଦୃଷ୍ଟିରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ଅଗଷ୍ଟରେ ବୈଠକ ବସି ଯାହା କିଛି ନିଷ୍ପତ୍ତି ହେବ। ତଥାପି ଭକ୍ତଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେବୁ। ଖୁବ୍ଶୀଘ୍ର ଛତିଶାନିଯୋଗ ବୈଠକ ଡକାଯିବ। ଛତିଶାନିଯୋଗ ବୈଠକ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/srimandir-bkm-1.jpg)