୧୯ରେ ଲଘୁଚାପ, ୨୦ରେ ବର୍ଷିବ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ। ୧୯ ତାରିଖ ବେଳକୁ ଏହି ଘୁର୍ଣ୍ଣିବଳୟ ଲଘୁଚାପ ବଳୟରେ ପରିଣତ ହେବ। ଫଳରେ ପୁଣିଥରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିସାରିଛି। ତେଣୁ ଆସନ୍ତା ୪୮ ଘଣ୍ଟା ପର୍ଯର୍୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଥିବାରୁ ତାହା ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ। ୧୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଘଟିବ।

ଏଥର ଲଘୁଚାପରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁୁର, ନୂଆପଡ଼ା ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହୋଇପାରେ। ୩ ଦିନ ଧରି ଲଘୁଚାପ ବର୍ଷା ଲାଗିରହିବ। ୨୦ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ପରଦିନ ଅର୍ଥାତ୍‌ ୨୧ ତାରିଖଠାରୁ ଧୀରେ ଧୀରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଗତ ୩୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି। ଶୁକ୍ରବାର ରାତିରେ ଏଠାରେ ୩୩.୯ ମିମି ବର୍ଷା ହୋଇଥିବା ବେଳେ ଆଜି ଦିନ ସମୟରେ ହାଲକା ବର୍ଷା ହୋଇଥିଲା। ଏହି ସମୟ ମଧ୍ୟରେ ପୁରୀରେ ୩୨, ସୋନପୁରରେ ୨୫, ହୀରାକୁଦରେ ୧୬.୯, ବାରିପଦାରେ ୧୩.୪, ଢ଼େଙ୍କାନାଳରେ ୧୨ ମିମି ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର