ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଡିପ୍ ଡିପ୍ରେସନ୍ରେ ସକାଳ ସାଖେ ୬ଟାରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି। ଗୁରୁବାର ଦିନ ୧୮.୦ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରିତ ହୋଇଛି।
ଏହା ଗୋପାଳପୁରରୁ ପ୍ରାୟ ୧୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ରୁ ୧୭୦ କିଲୋମିଟର ପୂର୍ବରେ, ଓଡ଼ିଶାର ପୁରୀଠାରୁ ୨୦୦ କିଲୋମିଟର ଦକ୍ଷିଣରେ, ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ୍ ଠାରୁ ୨୫୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ଓଡ଼ିଶାର ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି।
Current Synoptic Situation
— Meteorological Centre, Bhubaneswar (@mcbbsr) October 1, 2025
#Odisha#weatheralertpic.twitter.com/e5TxjdYwvf
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨ ତାରିଖ ରାତି ସୁଦ୍ଧା ଗୋପାଳପୁର ଏବଂ ପାରାଦୀପ ମଧ୍ୟରେ ଓଡ଼ିଶା ଏବଂ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/02/deep-depression-in-bay-of-bengal-moving-at-13-kmph-2025-10-02-12-16-27.jpg)