ଉଲିବୁରୁ ଖଣି ଦୁର୍ନୀତି : ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କ ଜାମିନ ଆବେଦନକୁ ବିରୋଧ କରି ଆଜି ହାଇକୋର୍ଟରେ ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ୍‌.ସି.ପାଣିଗ୍ରାହୀ ଯୁକ୍ତି ଉପସ୍ଥାପନ କରିଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ଭିଜିଲାନ୍ସ ପକ୍ଷରୁ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ତେବେ ଆଜି ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ ଅଧା ରହିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୩କୁ ଧାର୍ଯ୍ୟ କରାଯାଇଛି।

ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକଙ୍କୁ ୨୦୧୩, ସେପ୍ଟେମ୍ବର ୫ରେ ଭିଜିଲାନ୍ସ ଗିରଫ କରିଥିଲା। ମାମଲାର ଶୁଣାଣି ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲିଥିବା ବେଳେ ପୂର୍ବରୁ ଜାମିନ ପ୍ରସଂଗରେ ଦୀପକ ଏକାଧିକ ଥର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ। ୨୦୧୯ରେ ଦୀପକ ପୁଣି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ।

ସମ୍ବନ୍ଧିତ ଖବର