ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

ସମ୍ବଲପୁର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗ ଦେଇଛନ୍ତି ୨୦୦୪ ବ୍ୟାଚ୍‌ର ଆପିଏସ୍‌ ଦୀପକ କୁମାର। ସେ ରବିବାର ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେଣ୍ଟ୍ରାଲ ଡେପୁଟସନ୍‌(ଏନ୍‌ଆଇଏ)ରୁ ଫେରିବା ପରେ ରାଜ୍ୟ ସରକାର ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଦାୟିତ୍ବ ଦେଇଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ରେଞ୍ଜ୍‌ ଅଧୀନ ସମସ୍ତ ଏସ୍‌ପି ଉପସ୍ଥିତ ଥିଲେ। ରେଞ୍ଜ୍‌ ଅଧୀନରେ ବହୁ ବରିଷ୍ଠ ଅଧିକାରୀମାନେ ଅଛନ୍ତି, ସେମାନଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରସଙ୍ଗ ଉପରେ ରଣନୀତି ପ୍ରସ୍ତୁତି କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି। ତେବେ, ପୂର୍ବରୁ ବଲାଙ୍ଗୀର ଏସ୍‌ପି ଭାବେ କାମ କରିଥିବାରୁ ଅଞ୍ଚଳର ଜନଜୀବନ ସଂପର୍କରେ ଅବଗତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର