ଭୁବନେଶ୍ବର : ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଓଏସଡି ତଥା ସ୍ବତନ୍ତ୍ର ଶାସନ ସଚିବ ଥିବା ଅବସରପ୍ରାପ୍ତ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ ପୁଣି ୩ ମାସ ପାଇଁ ସରକାର ବୃଦ୍ଧି କରିଛନ୍ତି। ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ସଂପ୍ରସାରଣ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀ ମହାନ୍ତି ୨୦୨୦ ଜାନୁଆରି ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏହାସହିତ ସେ ପୂର୍ବଭଳି ଖଣି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପୂର୍ବରୁ ମଧ୍ୟ ତାଙ୍କର କାର୍ଯ୍ୟକାଳ ଏକାଧିକବାର ବୃଦ୍ଧି କରାଯାଇଛି।
ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ ପୁଣି ୩ ମାସ ବୃଦ୍ଧି
