ଭୁବନେଶ୍ବର : ଅବସରପ୍ରାପ୍ତ ୧୯୮୬ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ଦୀପକ ମହାନ୍ତିଙ୍କୁ ପୁଣି ଥରେ ରାଜ୍ୟ ଖଣି ଓ ଇସ୍ପାତ ବିଭାଗର ଓଏସ୍ଡି ତଥା ସ୍ବତନ୍ତ୍ର ଶାସନ ସଚିବ ଭାବେ ପୁନଃନିଯୁକ୍ତି ମିଳିଛି। ଆସନ୍ତା ୧ ବର୍ଷ ପାଇଁ ଶ୍ରୀ ମହାନ୍ତି ଏହି ପଦରେ ରହିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀପକ ମହାନ୍ତିଙ୍କ ପୁନଃନିଯୁକ୍ତି ନେଇ ଖଣି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିବା ନେଇ ଗତକାଲି ସମ୍ବାଦରେ ଖବର ପ୍ରକାଶ ପାଇଥିଲା।
ଖଣି ବିଭାଗର ଓଏସ୍ଡି ଭାବେ ଦୀପକ ମହାନ୍ତିଙ୍କୁ ପୁନଃନିଯୁକ୍ତି
