ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। କେହି ଠକ ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ତାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ୨ଟି ଓଟିପି ଆସିଥିଲା। ତେବେ, ସେ ଏହି ଓଟିପି ବ୍ୟବହାର କରିନଥିଲେ କି କାହାକୁ ସେୟାର୍‌ ମଧ୍ୟ କରି ନଥିଲେ। ଏହା ସତ୍ତ୍ବେ ମଧ୍ୟ ତାଙ୍କ ଆକାଉଣ୍ଟରୁ ୨ଟି ଟ୍ରାନ୍‌ଜେକ୍‌ସନ୍‌ରେ ଟଙ୍କା କଟିଥିଲା। ସାଇବର୍‌ ଠକ ପ୍ରଥମ ଟ୍ରାନ୍‌ଜେକ୍‌ସନ୍‌ରେ ୧ ଲକ୍ଷ ଟଙ୍କା ଓ ଦ୍ବିତୀୟରେ ୫୦ ହଜାର ଟଙ୍କା କାଟି ନେଇଥିଲା। ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟରୁ ଏହା ଜାଣିବା ପରେ ଦୀପାଳି ଅଇଁଠାପାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।