ପୁରୀ : ବାତ୍ୟା ୟାସକୁ ନେଇ କରାଯାଇଥିବା ପୂର୍ବାନୁମାନ ପୁରୀରେ ଅନ୍ତତଃ ଫଳପ୍ରଦ ହୋଇପାରିନାହିଁ। ତେବେ ବି ଅତୀତରେ ମହାବାତ୍ୟା ଓ ଫନି ଭଳି ବାତ୍ୟାଙ୍କୁ ଅଙ୍ଗେ ନିଭାଇଥିବା ପୁରୀର ବାସିନ୍ଦାମାନେ ଏ ସମୟରେ ଘରେ ଦ୍ବାର କିଳି ରହିବାକୁ ଶ୍ରେୟ ମଣିଥିଲେ। ମାତ୍ର କିଛି ବ୍ୟକ୍ତିଙ୍କୁ ଘାରିଥିଲା ଜୀବଜନ୍ତୁଙ୍କ ଚିନ୍ତା। କିଭଳି ଜୀବଜନ୍ତୁମାନେ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହେବା ପରେ ସେମାନଙ୍କର ମୃତ୍ୟୁ ନହୁଏ ସେନେଇ ଅଣ୍ଟା ଭିଡ଼ିଥିଲେ କିଛି ଯୁବ ବନ୍ୟଜନ୍ତୁ ପ୍ରେମୀ। ବାତ୍ୟାର ପ୍ରଭାବ ସାମାନ୍ୟ କମିବା ପରେ ପୁରୀ ବନ ବିଭାଗ ସହଯୋଗରେ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲା ଜଙ୍ଗଲ ଫାଉଣ୍ଡେସନନ। ପୁରୀରେ ବାତ୍ୟା ପବନ ମାଡ଼ରେ ଆହତ ହୋଇଥିବା ଏକ ପେଚାକୁ ଛଇତନା ନିକଟରୁ ଉଦ୍ଧାର କରାଯାଇଥିଲା। ସେହିପରି ଚନ୍ଦନପୁର ନିକଟ ନୂଆପାଟଣା ଗ୍ରାମକୁ ଆସି ପୋଖରୀରେ ଫସି ଯାଇଥିବା ଏକ ହରିଣକୁ ମଧ୍ୟ ଉଦ୍ଧାର କରାଯାଇଥିଲା।
/sambad/media/post_attachments/wp-content/uploads/2021/05/Screenshot_20210527_234327.jpg)
ମିଳିଥିବା ସୂଚନା ମୁତାବକ, ଏକ ହରିଣ ନୂଆପାଟଣା ଗ୍ରାମରେ ଥିବା ଏକ ଜଳାଶୟରେ ପଶିଯାଇଥିଲା। ଏହା ଦେଖିବା ପରେ କିଛି ସ୍ଥାନୀୟ ବ୍ୟକ୍ତି ଏ ବାବଦରେ ଆକାଶଙ୍କୁ ଖବର ଦେଇଥିଲେ। ଏଥିସହ ହରିଣଟିକୁ ଗ୍ରାମର କିଛି ବ୍ୟକ୍ତି ଉଦ୍ଧାର କରି ରଖିଥିଲେ। ବନ ବିଭାଗର ସହଯୋଗରେ ଜଙ୍ଗଲ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ପୁରୀ ବନଖଣ୍ଡର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଞ୍ଜନ ରଥ ଓ ତାଙ୍କର ସହଯୋଗୀଙ୍କ ଉଦ୍ୟମରେ ହରିଣକୁ ଉଦ୍ଧାର କରାଯାଇଥିଲା। ଏ
ନେଇ ରେଞ୍ଜ ଅଧିକାରୀ ସୁବ୍ରତ ବେହେରା କହିଛନ୍ତି, ହରିଣଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ତାକୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ବେଳେବେଳେ ଖାଇବା ଆଶାରେ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣମାନେ ଜନବସତିକୁ ଚାଲି ଆସନ୍ତି। ତେବେ ଗାଁ’ ଲୋକେ ଉଦ୍ଧାର କରି ରଖିବା ପ୍ରଶଂସନୀୟ। ଅଭୟାରଣ୍ୟ ନିକଟସ୍ଥ ଜନବସତିର ବାସିନ୍ଦାମାନେ ଏହିଭଳି ସହଯୋଗ ଜାରି ରଖିବାକୁ ସେ କହିଛନ୍ତି। ସେହିପରି ଛଇତନା ନିକଟସ୍ଥ ଏକ ଗ୍ରାମରେ (ବ୍ରାଉନ୍ ଫିସ୍ ଓଲ୍)ପେଚା ବାତ୍ୟା ମାଡ଼ ଖାଇ ତଳେ ଖସି ପଡ଼ିଥିଲା।ଏ ସମ୍ପର୍କରେ ଖବର ପାଇବା ପରେ ଆକାଶ ଅପରାହ୍ଣରେ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ। ଏକ ସନ୍ତୁଳିତ ବାତାବରଣ ପାଇଁ ବନ୍ୟଜନ୍ତୁମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି କଠୋର ନ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/6c89902b-f798-49b6-9c84-b2d2b54f0550.jpg)