ଠାକୁରମୁଣ୍ଡା : ଏକ କ୍ଷତାକ୍ତ ହରିଣ ଗ୍ରାମ ଭିତରକୁ ପଶିଆସିଲା। ହେଲେ କେଇଘଣ୍ଟା ପରେ ତା’ର ମୃତ୍ୟୁ ହୋଇଯାଇଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ କେନ୍ଦୁଝର ଜିଲ୍ଲା ଘଷିପୁରା ରେଞ୍ଜ ଅଧୀନ ପଣସଡ଼ିହା ପଞ୍ଚାୟତ ଜଂଜାଳି ଗ୍ରାମରେ।
ବୁଧବାର ସକାଳେ ଏକ ହରିଣ ଜଂଜାଳି ଗ୍ରାମ ଭିତରକୁ ପଶି ଆସିଥିଲା। ଏହା ରଞ୍ଜିତ ମହାନ୍ତଙ୍କ ଘର ବାଡ଼ିରେ ବେଶ୍ କିଛି ସମୟ ରହିଥିଲା। ତେବେ ହରିଣଟିର ପାଦରେ ତଥା ଅନ୍ୟ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଥିଲା। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଗୋହଳମୁଣ୍ଡା ଫରେଷ୍ଟ ବିଟ୍ର ବନକର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ଦୁର୍ଭାଗ୍ୟବଶତଃ ସେତେବେଳକୁ ହରିଣଟିର ଜୀବନ ଚାଲିଯାଇଥିଲା। ବନ କର୍ମଚାରୀମାନେ ମୃତ ହରିଣଟିକୁ ଗୋହଳମୁଣ୍ଡା ବିଟ୍କୁ ନେଇ ରଖିଥିବା ଜଣାପଡ଼ିଛି। ହରିଣଟିର ବୟସ ୨ ବର୍ଷରୁ ଅଧିକ ହେବ। ଶିକାରୀଙ୍କଠାରୁ ବର୍ତିବା ପାଇଁ ଭୟରେ ସେ ଗାଁ ଭିତରକୁ ପଶିଆସିଥିବା ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2021/03/dear.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/dear-f.jpg)