ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଆହାରପଡ଼ା ଗାଁ ଭିତରକୁ ଗୁରୁବାର ଦିନ ଏକ ହରିଣ ପଶିଆସିଥିଲା। ହରିଣକୁ ଦେଖି କୁକୁରପଲ ଗୋଡ଼େ‌ଇ ଗୋଡ଼େଇ ଆକ୍ରମଣ କରିଥିଲା। ଫଳରେ ହରିଣଟି ଆହତ ହୋଇଛି।

Advertisment

ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଉଦ୍ଧାର କରି ସ୍ଥାନୀୟ ବଡ଼ବିଲ ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ଏହାପରେ ହରିଣକୁ ନେଇ ବନମହୁଲଡ଼ିହା ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଜଙ୍ଗଲରେ ନିଆଁ ଲାଗିବା ସହିତ ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବନ୍ୟ ପ୍ରାଣୀ ଗାଁ ମୁହାଁ ହୋଇ ଏବେ ବିପଦରେ ପଡୁଥିବା ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି।