ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ହରିଣ ଉଦ୍ଧାର ହୋଇଛି। ରାଜଧାନୀର ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ ତାକୁ ଠିକ ହେବା ପାଇଁ ୨୧ ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସହର ଭିତରକୁ ହରିଣଟି କେମିତି ଆସିଲା ତାହା ଏବେ ବି ଅସ୍ପଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Injured-Deer-in-Bhubaneswar_Thumbnail.jpg)