ପିପିଲି : ପିପିଲି ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗାଁର ବେଲପୋଖରୀ ନିକଟରୁ ରବିବାର ଏକ ଚିତ୍ରା ହରିଣ ଉଦ୍ଧାର ହୋଇଛି। ହରିଣଟି ଗାଁ ନିକଟରେ ବୁଲୁଥିବା ଓ ବୁଲା କୁକୁର ତାର ପିଛା କରୁଥିବା ଦେଖି ଉକ୍ତ ଗାଁର ଯୁବକମାନେ ସୁରକ୍ଷିତଭାବେ ଉକ୍ତ ହରିଣଟିକୁ ଧରି ବାନ୍ଧି ରଖିଥିଲେ। ବାଲୁଖଣ୍ତ ଅଂଚଳରୁ ହରିଣଟି ଖାଦ୍ୟ ଅନ୍ବେଷଣରେ ଉକ୍ତ ଅଂଚଳକୁ ଚାଲି ଆସିଛି ବୋଲି କୁହାଯାଉଛି। ଗାଁର ଯୁବକମାନେ ବନ ବିଭାଗକୁ ଖବର ଦେବାପରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ବାଳକାଟି ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଇଛନ୍ତି। ପରେ ହରିଣଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି।
ଗ୍ରାମରୁ ହରିଣ ଉଦ୍ଧାର
/sambad/media/post_attachments/wp-content/uploads/2021/05/deer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)