ପୁନଃ ଭୋଟ ଗଣତି ଦାବିରେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ଧାରଣା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଢ଼ିଆରୀପଲ୍ଲୀ ପଞ୍ଚାୟତରେ ପୁନଃ ଭୋଟ ଗଣତି ଦାବିରେ ପରାଜିତ ସରପଞ୍ଚ ପ୍ରାର୍ଥୀ ନିରୂପମା ପାତ୍ର ଓ ତାଙ୍କର ଶତାଧିକ ସମର୍ଥକ ପଞ୍ଚାୟତ ସମୁଖରେ ଧାରଣାରେ ବସିଛନ୍ତି। ଭୋଟ ଗଣତିରେ ଅନିୟମିତତା ଅଭିଯୋଗ କରିବା ସହ ପୁନଃ ଗଣତି ଦାବିରେ ୨୬ଖଣ୍ଡ ଭୋଟରେ ହାରିଥିବା ସରପଞ୍ଚ ପ୍ରାର୍ଥୀ ନିରୂପମା ପାତ୍ର ଓ ତାଙ୍କର ଶତାଧିକ ସମର୍ଥକ ପଞ୍ଚାୟତ ସମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କର ଅଭିଯୋଗ ଯେ ଭୋଟ ଗଣତି ସମୟରେ ବିଜୟୀ ପ୍ରାର୍ଥୀଙ୍କ ଜଣେ ସମ୍ପର୍କୀୟ ଯେକି ବ୍ଲକ କାର୍ଯ୍ୟାଳୟର ଜଣେ କର୍ମଚାରୀ, ସେ ଭିତରକୁ ଯାଇ ଗଣତିରେ ଏପଟ ସେପଟ କରିଛନ୍ତି। ନିରୂପମାଙ୍କ ଏଜେଣ୍ଟମାନେ ଏହାକୁ ବିରୋଧ କରିଥିଲେ ବି କେହି ଏହାକୁ ଶୁଣି ନଥିଲେ।

ନିରୁପମା ପୁନଃ ଗଣତି ପାଇଁ ବିଡିଓଙ୍କ ନିକଟରେ ଦାବି କରିଥିଲେ ବି ସେ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାକୁ ନେଇ ଆଜି ନିରୁପମା ପାତ୍ର ଓ ତାଙ୍କର ଶତାଧିକ ସମର୍ଥକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସମ୍ବନ୍ଧିତ ଖବର