ବାଲେଶ୍ବର: ବାଲେଶ୍ବର ସହରର ଐତିହାସିକ ଗଡ଼ଗଡ଼ିଆ ପୋଖରୀ ଘାଟରେ ସ୍ଥାପନ କରାଯାଇଥିବା କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ତ୍ରୁଟିପୂର୍ଣ୍ଣ ଫଳକ ଲଗାଯାଇଥିବା ଦୃଷ୍ଟିଗୋଚର ହୋଇଛି। ସୂଚନା ଥାଉକି, ରାଧାନାଥ ରାୟ ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରି ୧୯୦୮ ମସିହା ଏପ୍ରିଲ ୧୭ ତାରିଖରେ ପରଲୋକ ଗମନ କରିଥିଲେ।
କିନ୍ତୁ ଉକ୍ତ ଫଳକରେ ତାଙ୍କ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ବଦଳରେ ୨୭ ତାରିଖ ଉଲ୍ଲେଖ ହୋଇଛି। ଗତମାସ ୨୩ ତାରିଖରେ ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଥିଲା। ଏମିତି ତ୍ରୁଟି ରହିଲେ କବିବରଙ୍କ ତିରୋଧାନ ଦିବସକୁ ନେଇ ସାଧାରଣ ଲୋକ, ଛାତ୍ରଛାତ୍ରୀ ଏବଂ ସାହିତ୍ୟିକ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହେବ। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ତ୍ରୁଟିକୁ ସଂଶୋଧନ କରିବାକୁ ସାଧାରଣରେ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/8-3.jpg)