କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ନାଲକୋ ଅଂଚଳରେ ବନ୍ଦହେଲା ବିଭିନ୍ନ କାର୍ଯ୍ୟକ୍ରମ

ନାଲକୋ ନଗର : ‘କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜିଠାରୁ ବଆଁରପାଳ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସିନେମା ହଲ୍ ଓ ଜିମ୍, ସୁଇମିଂ ପୁଲ୍‌ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖାଯିବ। କୌଣସି ସଭା ସମିତି, ସମ୍ମିଳନୀ ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁମାନଙ୍କୁ ଆଗରୁ ଅନୁମତି ମିଳିଛି, ସେ ସବୁକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଯେଉଁମାନେ ଏହି ସରକାରୀ ଅଧିନିୟମ ନ ମାନିବେ, ତାଙ୍କ ବିରୋଧରେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।ହେଲେ ଏହି ନିୟମ କୁ ବଆଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କଲୋନୀ ପରିସର ରେ ଓଁମ ହରି ଟ୍ରେଡର୍ସ କୋ ନାମକ ସଂସ୍ଥା ପକ୍ଷରୁ ୩ଶହରୁ ଉର୍ଦ୍ଧ ଯୁବକ ଯୁବତୀ ମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନାଲକୋ ପ୍ରଶାସନ ତରଫରୁ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରିଦିଆଯାଇଛି। ଠିକ ସେହିପରି ସିପିପି ଅଞ୍ଚଳରେ ଏକ କ୍ରିକେଟ ଟୁନମେଣ୍ଟର ଉଦଘାଟନ ମ୍ୟାଚକୁ ମଧ୍ୟ ନାଲକୋ ପୁଲିସ ମଧ୍ୟ ବନ୍ଦ କରିଥିବା ନାଲକୋ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି। ନାଲକୋ ଅଂଚଳରେ ଥିବା ଦୁଇଟି ଜିମ ଦ-ଜିମ ରମାଲିକ ସମ୍ବିତ ମହାପାତ୍ର ଓ ଫିଟନେସ ଜିମର ମାଲିକ ବାପୁ ନାୟକ ଆଜିଠାରୁ ୩୧ତାରିଖ ପର୍ଯ୍ୟନ୍ତ ଜିମ ବନ୍ଦ କରିଥିବା ସମ୍ବାଦକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର