ଧରାେକାଟ ବ୍ଲକରେ ଖୋଲିବ ଡିଗ୍ରି ମହାବିଦ୍ୟାଳୟ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍‌ରେ ଖୋଲିବ ସରକାରୀ ଡିଗ୍ରି ମହାବିଦ୍ୟାଳୟ। ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଯୁକ୍ତ ଦୁଇ ପାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧା ସୁଯୋଗ ଉପଲବ୍ଧ କରିବା ନିମନ୍ତେ ଧରାକୋଟ ବ୍ଲକ୍‌ରେ ଯୁକ୍ତ୩ କଳା ଓ ଯୁକ୍ତ୩ ବିଜ୍ଞାନ ପାଠ୍ୟକ୍ରମ ସମ୍ବଳିତ ସରକାରୀ ଡିଗ୍ରି ମହାବିଦ୍ୟାଳୟ ଖୋଲାଯିବ। ଉକ୍ତ ମହାବିଦ୍ୟାଳୟର କ୍ୟାମ୍ପସ୍‌ ନିର୍ମାଣ ନିମନ୍ତେ ତୁରନ୍ତ ସ୍ଥାନ ନିରୂପଣ କରି ଜମି ଯୋଗାଇ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍କର୍ଷ ଶିକ୍ଷାଦାନ ନିମନ୍ତେ ଆନୁଷଙ୍ଗିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ସଂପୂର୍ଣ୍ଣ କରାଯାଇ ବିଦ୍ୟାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକାଶ ।

ସମ୍ବନ୍ଧିତ ଖବର