ହରିପୁର : ରସୁଲପୁର ବ୍ଲକର ନରସିଂହପୁର-ଅତଲାପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାର ମିର୍ଜାପୁର ଛକ ନିକଟରେ ଏକ ପୋଲ ନିର୍ମାଣ କରିବା ପାଇଁ ମୁଖ୍ୟ ସମ୍ପୂର୍ଣ୍ଣ ତାଡ଼ି ଦିଆଯାଇଛି। ଏକସପ୍ତାହ ହେବ କାମ ବନ୍ଦ କରି ରାସ୍ତାକୁ ଖୋଲା ଛାଡ଼ି ଦେଇଥିବାରୁ ବାଟୋଇଙ୍କ ପାଇଁ ଅସୁବିଧା ହେଉଛି।

Advertisment

ଗତ ଏପ୍ରିଲ ମାସରୁ ନରସିଂହପୁର-ଅତଲାପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାକାମ ଆରମ୍ଭ ହୋଇଥିଲା। ଏହି ରାସ୍ତା ଉପରେ ୫ ଟି ପଞ୍ଚାୟତର ଲୋକମାନେ ନିର୍ଭରଶୀଳ। ଜାତୀୟ ରାଜପଥ-୧୬ ଓ ୨୦ ର ସଂଯୋଗ ରାସ୍ତା। ଏକସମୟରେ ନରସିଂହପୁର, ଅତଲାପୁର, ସାମନ୍ତରାପୁର, ରାଜେନ୍ଦ୍ରପୁର ଆଦି ପଞ୍ଚାୟତରେ କୋଟିକୋଟି ଟଙ୍କାର କାମ ଆରମ୍ଭ ହୋଇଥିବାରୁ ଏଠାରେ ଠିକ ଭାବରେ କାମ ହେଉନଥିବା ଅଭିଯୋଗ ଆସୁଛି। ଏସବୁ ପଞ୍ଚାୟତରେ ଅଧାଅଧା କାମ କରି ବନ୍ଦ ରଖାଯାଉଛି।

publive-image

ମିର୍ଜାପୁର ଛକ ନିକଟରେ ଠିକାଦାର ଆଠଦିନ ହେବା ପାଇପ୍‌ ତାଡ଼ି ବାହାର କରି କେବଳ ମାପଚୁପ ପରେ ରାସ୍ତାକୁ ଖୋଲା ପକାଇ ଦେଇଛନ୍ତି। ପାର୍ଶ୍ୱରେ ଏକ ଅସ୍ଥାୟୀ ରାସ୍ତା ହୋଇଥିଲେ ବି ତାହା ଠିକ ଭାବରେ ହୋଇନଥିବାରୁ ସେଥିରେ ଚକ ଦବି ଯାଉଛି। ଅନେକ ସମୟରେ ଛୋଟ ମାଲ୍‌ବାହୀ ଗାଡ଼ି ଓଲଟି ପଡୁଛି। ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ବ୍ୟସ୍ତବହୁଳ ରାସ୍ତାକୁ କାମ ତୁରନ୍ତ ଆରମ୍ଭ କରିବା ସହ ଅସ୍ଥାୟୀ ବାଟକୁ ଠିକ୍‌ ଭାବେ ତିଆରି କରିବାକୁ ଦାବି ହେଉଛି।