ସଂପର୍କୀୟ ପାଖ ମାଡ଼ିଲେନି: ଡାକ୍ତର କଲେ ଶବ ସତ୍କାର

ବରଗଡ଼: ଡାକ୍ତର କଲେ ଶବ ସତ୍କାର। କରୋନା ସଂକ୍ରମଣ ଭୟରେ ନିକଟ ସଂପର୍କୀୟ ପାଖ ମାଡ଼ିନଥିବାବେଳେ ରୋଗୀ ଚିକିତ୍ସା କରୁଥିବା ଡାକ୍ତର କରିଛନ୍ତି ଅନ୍ତିମ ସଂସ୍କାର। ପଦ୍ମପୁର ଉପଖଣ୍ଡ ଲହଙ୍ଗିର ଗାଁର ଭଗବାନ ମରେଇ ଗତ ୫ ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ।
ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ତାଙ୍କର ଦେହାନ୍ତ ହୋଇଥିଲା। କରୋନା ସଂକ୍ରମଣ ଭୟରେ ସାହି ପଡ଼ିଶା କିମ୍ବା କେହି ନିକଟ ସଂପର୍କୀୟ ବି ଆସିନଥିଲେ। ଏ ସଂପର୍କରେ ପରିବାର ଲୋକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ। ତାଙ୍କ ଡାକ୍ତର ସନ୍ଦୀପ ସାହୁ  ସହକର୍ମୀଙ୍କ ସହ ଆସି ପହଞ୍ଚି ଯାଇଥିଲେ । ଡାକ୍ତର ନିଜେ ପିପିଇ କିଟ ପିନ୍ଧି ମୃତ ଭଗବାନଙ୍କ ଝିଅ ସହ ମିଶି ମଶାଣିକୁ ଶବ ନେଇ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର