ପୁରୀ: ଆଜି ସକାଳ ୭ଟା ୨୫ରେ ମହାପ୍ରଭୁଙ୍କ ସିଂହଦ୍ୱାର ଖୋଲିଥିବାର ସୂଚନା ରହିଛି। ସକାଳ ୫ଟା ୫ ମିନିଟରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିବା ବେଳେ ୭ଟା ୨୫ରେ ଦ୍ୱାର ଫିଟା ହୋଇଥିଲା । ସେହିପରି ୮ଟା ୫ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଛି। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

Advertisment

ସିଂହଦ୍ୱାର ବିଳମ୍ବରେ ଖୋଲିବା ଯୋଗୁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସିଂହଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯାଇଥିଲା।
ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଆଜି ବି ଶ୍ରୀଜିଉଙ୍କ ନୀତି ବିଳମ୍ବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଶ୍ରୀଜିଉଙ୍କ ନୀତି ବିଳମ୍ବ ହେବା ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।