କଟକ : ରାଜ୍ୟ ପୁଲିସ ବିଭାଗର ଏଡିଜି, ଭିଜିଲାନ୍ସର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକତା ନିଆଯିବା ପାଇଁ ଯୋଜନା ହୋଇଥିଲେ ବି ତାହା ସୋମବାର ସମ୍ଭବ ହୋଇପାରିନାହିଁ। ଆଜି ସକାଳେ ତାଙ୍କୁ କୋଲକତା ନିଆଯିବାର ଯୋଜନା ଚାଲିଛି। କର୍ତ୍ତୃପକ୍ଷ କହିବା ଅନୁଯାୟୀ ଏୟାର ଆମ୍ବୁଲାନ୍ସ ପାଇଁ ଟଙ୍କା ପୈଠ ସରିଛି। କିନ୍ତୁ ଆଜି ଆମ୍ବୁଲାନ୍ସ ନ ଆସିବାରୁ ନା ଅନ୍ୟ କୌଣସି କାରଣ ପାଇଁ ଡକ୍ଟର ପାଣିଗ୍ରାହୀଙ୍କୁ ସ୍ଥାନାନ୍ତର କରାଯାଇ ପାରିଲା ନାହିଁ, ତାହା ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ ହୋଇପାରି ନାହିଁ। ସୋମବାର ସକାଳୁ ପୁଲିସ ଓ ଏୟାରପୋର୍ଟ ପର୍ଯ୍ୟନ୍ତ ନେବା ପାଇଁ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କିନ୍ତୁ ପ୍ରସ୍ତୁତ ହୋଇ ରହିଥିଲା।

Advertisment

କରୋନାରେ ଆକ୍ରାନ୍ତ ହୋଇ ଗଲା ୨୯ ତାରିଖରୁ ଡକ୍ଟର ପାଣିଗ୍ରାହୀ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଏକ୍‌ମୋରେ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନେବାକୁ ଯୋଜନା ଚାଲିଛି। ଡକ୍ଟର ପାଣିଗ୍ରାହୀ ଜଣେ ସୁସାହିତ୍ୟିକ ଭାବେ ଜଣାଶୁଣା। ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଗଣିତ ପ୍ରଶଂସକ, ଶୁଭେଚ୍ଛୁଙ୍କ ମଧ୍ୟରେ ଉତ୍କଣ୍ଠା ଆଉ ଉଦ୍‌ବେଗ ଲାଗି ରହିଛି।