ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଭୁବନେଶ୍ୱରରେ ଆସନ୍ତା ୩୧ ତାରିଖରେ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାର ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି। କେଜ୍ରିୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛି ନେତା ମଧ୍ୟ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାବ୍ୟତୀତ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଭୁବନେଶ୍ୱରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ସେହିପରି ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କଟକ ଜିଲ୍ଲା ସାଲେପୁରର କୁଳିଆରେ ଆୟୋଜିତ ଏକ ସଭାରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସମ୍ବନ୍ଧିତ ଖବର