ରାହୁଲ ଆସିବା ପୂର୍ବରୁ ନିରଞ୍ଜନଙ୍କୁ ନୋଟିସ

ଚକ୍ରାନ୍ତ ବୋଲି କହିଲେ ନିରଞ୍ଜନ

ଭୁବନେଶ୍ବର : ବର୍ଷେ କି ଦୁଇବର୍ଷ ନୁହେଁ, ପାଖାପାଖି ୧୦ ବର୍ଷ ତଳର ଏକ ପୁରୁଣା ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା େନାଟିସ ଦେବା ଘଟଣା ଚର୍ଚ୍ଚାର ବିଷୟ େହାଇଛି।

ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପୂର୍ବଦିନ ଏହି େନାଟିସ ସଂପର୍କରେ ସୂଚନା ମିଳିବା ଓ ଏକ ଖବର ସରବରାହ ସଂସ୍ଥା ଟ୍ବିଟ୍ ଜରିଆରେ ଏହା ସାମ୍ନାକୁ ଆସିବା ଘଟଣାକୁ ନେଇ ରାଜ୍ୟରେ ଭିନ୍ନ ଆେଲାଚନା ଆରମ୍ଭ େହାଇଗଲାଣି। ଶ୍ରୀ ପଟ୍ଟନାୟକ ଏହାକୁ ଚକ୍ରାନ୍ତ େବାଲି କହିଥିବା ବେଳେ ରାଜନୈତିକ ମହଲରେ ମଧ୍ୟ ଅନୁରୂପ ଆେଲାଚନା ଆରମ୍ଭ େହାଇଛି। ଅସୂୟାର ଆକାର କେତେ ଭୟଙ୍କର ହୋଇପାରେ, ଏହା ତାର ପ୍ରତିରୂପ େବାଲି କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କ ପୁତ୍ର ନବଜ୍ୟୋତିଙ୍କୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋଟିସ ଦେଇଛି। ଆସନ୍ତାକାଲି ଉଭୟଙ୍କୁ ହାଜର ହେବା ପାଇଁ କୁହାଯାଇଛି। ତେବେ ମାମଲା ସଂପର୍କରେ ବିଶଦ ତଥ୍ୟ ପଦାକୁ ଆସିନାହିଁ। ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସେ କୌଣସି ନୋଟିସ ପାଇନାହାନ୍ତି। ଏପରିକି ତାଙ୍କ ପୁତ୍ର ମଧ୍ୟ ନୋଟିସ ପାଇନାହାନ୍ତି। ନୋଟିସ ପାଇଲେ ସେ ନିଶ୍ଚିତ ଭାବରେ ହାଜର ହୋଇ ପୁଲିସକୁ ସହଯୋଗ କରିବେ। ସେ ନିଜେ କେତେ ସ୍ୱଚ୍ଛ ତାହା ଜାଣନ୍ତି। ସେ କାହାକୁ ଭୟ କରନ୍ତି ନାହିଁ। ଯଦି କୌଣସି ଭୁଲ କରିଛି, ତାହାହେଲେ ପୁଲିସ ବାନ୍ଧୁ ବୋଲି ସେ େରାକ୍େଠାକ୍ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ‘୧୦-୧୨ ବର୍ଷ ତଳେ ଭାବାସୀ କମ୍ପାନିର ନିର୍ଦ୍ଦେଶକ ଥିଲି। କିନ୍ତୁ କେବେଠାରୁ ସେଥିରୁ ଇସ୍ତଫା ଦେଇସାରିଛି’। ଏହା ତାଙ୍କ ବିରୁଦ୍ଧରେ ଏକ ଚକ୍ରାନ୍ତ।

ସମ୍ବନ୍ଧିତ ଖବର