ସମ୍ବଲପୁର: ଗଣପର୍ବ ନୂଆଁଖାଇ ଅବସରରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ବୁଦ୍ଧିଜୀବୀଗଣ ଦାବି କରିଛନ୍ତି। ମଙ୍ଗଳବାର ସମ୍ବଲପୁରର ବିଭିନ୍ନ ସଂଗଠନ ତରଫରୁ ନୂଆଁଖାଇ ସମେତ ଏହାର ପୂର୍ବ ଓ ପରଦିନକୁ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ରାଜ୍ୟ ସରକାର ଏହି ଗଣପର୍ବକୁ ଉପଯୁକ୍ତ ମାନ୍ୟତା ଓ ସମ୍ମାନ ଦେଉ ନଥିବା କାରଣରୁ ବିଭିନ୍ନ ଘରୋଇ ଓ କେନ୍ଦ୍ରୀୟ ସଂସ୍ଥା ଆଦୌ ଛୁଟି ପ୍ରଦାନ କରୁ ନାହାନ୍ତି। ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାର ୩ ଦିନ ଛୁଟି ପ୍ରଦାନ କରନ୍ତୁ ବୋଲି ସମ୍ବଲପୁରୀ ଏକତା ମଞ୍ଚର ସମୀର ରଂଜନ ବାବୁ, ନାଗରିକ କଲ୍ୟାଣ ସମିତିର ମହେନ୍ଦ୍ର ମିଶ୍ର, ମାରୱାଡ଼ି ସମାଜର ମୁକେଶ ଜରିୱାଲ, ପ୍ରୋଗ୍ରେସିଭ ସମ୍ବଲପୁରର ରାଜାରାମ ପାଢ଼ୀ, ଭରସା ପରିବାରର ନିହାଲ ସିଂହ, ଭାଷା ପରିଷଦର ତ୍ରିଲୋଚନ ତ୍ରିପାଠୀ, ରାଜୀବ ଲୋଚନ, ଅନ୍ତରାମ ସୁପକାର, ଅମଳେନ୍ଦୁ ନାୟକ, ଭିକେ ରାମ, ଡା. ସଂଜୀବ ମିଶ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।