ନିଯୁକ୍ତି ବୟସସୀମା ବଢ଼ାଇବାକୁ ଦାବି

ଭୁବନେଶ୍ବର : ସରକାରୀ ଚାକିରିରେ ନିଯୁକ୍ତ ବୟସସୀମା ବଢାଇବାକୁ ଆଜି ବିଧାନସଭାରେ ଦାବି ଉଠିଛି। ବିେରାଧୀ ଦଳ େନତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିବା ସହିତ ସରକାରୀ ଚାକିରି େକ୍ଷତ୍ରରେ ନିଯୁକ୍ତି ବୟସମୀମା ୪୨ ବର୍ଷ କରିବାକୁ ଦାବି କରିଥିଲେ।

ଶ୍ରୀ ନାୟକ କହିଥିଲେ, ଅନ୍ୟ ରାଜ୍ୟରେ ସରକାରୀ ଚାକିରିରେ ନିଯୁକ୍ତି ବୟସସୀମା ୪୦ରୁ ୪୫ ରହିଛି। ଓ଼ଡ଼ିଶାରେ ଏହି ବୟସସୀମା ଅନ୍ୟ ସବୁ ରାଜ୍ୟ ତୁଳନାରେ କମ୍। ଯୁବକ ଓ ଯୁବତୀମାନେ ବେକାର େହାଇ ବସିଛନ୍ତି। ପାଠପଢ଼ା ସରିବା େବଳକୁ ଚାକିରି ବୟସସୀମା ଗଡ଼ିଯାଉଛି। େଗାଆରେ ୪୨ ବର୍ଷ, େତଲେଙ୍ଗାନାେର ୪୪ ବର୍ଷ, ଉତ୍ତରାଖଣ୍ଡରେ ୪୨ ବର୍ଷ, ଆସାମରେ ୪୪ ବର୍ଷ, ଆନ୍ଧ୍ରପ୍ରଦେଶରେ ୪୨ ବର୍ଷ, ହରିଆନାରେ ୪୨ ବର୍ଷ, ଉତ୍ତରପ୍ରଦେଶରେ ୪୦ବର୍ଷ, ତ୍ରିପୁରାରେ ବି ୪୦ ବର୍ଷ ରହିଛି। ଏଣୁ ରାଜ୍ୟ ସରକାର ସର୍ବୋଚ୍ଚ ବୟସସୀମା ୪୨ ବର୍ଷ କରନ୍ତୁ।

ଓଡ଼ିଶାରେ ଲୋକସେବା ପକ୍ଷରୁ କରାଯାଉଥିବା ନିଯୁକ୍ତି ପରୀକ୍ଷାରେ ସାଧାରଣ ବର୍ଗଙ୍କ ପାଇଁ ବୟସସୀମା ୩୨ ବର୍ଷ ଥିଲାବେଳେ ଓ ସଂରକ୍ଷିତ ବର୍ଗର ଯୁବକ ଯୁବତୀଙ୍କ ପାଇଁ ୩୭ ବର୍ଷ ରହିଛି। ତେଣୁ ସେମାନେ ଅନ୍ୟ ରାଜ୍ୟ ଭଳି ସୁବିଧା େଦଉନାହାନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ସମୀୟ ସୀମାକୁ ୪୪ ବର୍ଷକୁ ବଢାଇବାକୁ ଦାବି କରିବା ସହିତ ଆନ୍ଧ୍ର ସରକାରଙ୍କ ଉଦାହରଣ ଦେଇଥିଲେ। କହିଥିଲେ, େସଠାରେ ଉଭୟ ସରକାରୀ ଓ େବସରକାରୀ ଉେଦ୍ୟାଗରେ ସ୍ଥାନୀୟ ଯୁବକଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶାରେ ଶିଳ୍ପସଂସ୍ଥା ପାଣି, ବିଦ୍ୟୁତ, ଜମି ସବୁ ନେଉଛନ୍ତି। ଅଥଚ ଓଡ଼ିଶାରେ ସେମାନେ ସବୁ ନେଇ ବି ଚାକିରି େଦଉନାହାନ୍ତି। ଏଥିପାଇଁ କଡ଼ାକଡ଼ି ଆଇନ କରାଯାଉ। ବିେଜପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ସରକାର ଅବସର ବୟସମୀମା ୬୦ ବର୍ଷକୁ ବଢ଼ାଇ ସାରିଲେଣି। େକତେକ େକ୍ଷତ୍ରରେ ଏହା ୬୨କୁ ବଢିଛି। ଅଥଚ ନିଯୁକ୍ତି ବୟସସୀମା ବଢୁନି। ଏହାକୁ ୪୨ ବର୍ଷକୁ ବୃଦ୍ଧି କରିବା ଲାଗି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର