ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୯ଦିନ ଧରି ଚାଲିଥିବା ଗଣଧାରଣା ପ୍ରତ୍ୟ‌ାହୃତ ହୋଇଛି। ସରକାରଙ୍କ ପକ୍ଷରୁ ନୂତନ ଜିଲ୍ଲା ଗଠନ ସମୟରେ ଆନନ୍ଦପୁରର ଦାବିକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଜନସାଧାରଣ ଆନ୍ଦୋଳନରୁ ଓହରିଛନ୍ତି। ଆଜି ଆନନ୍ଦପୁରର ଓମ୍‌ ମା’ ବିଶ୍ବେଶ୍ବରୀ ମତ୍ସଜୀବୀ ସଂଘର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ। ସଂଘ ପକ୍ଷରୁ ଦିଲୀପ କୁମାର ପାତ୍ର, ରଘୁନାଥ ପଣ୍ଡିତ, ପଦ୍ମନାଭ ପାତ୍ର, ହରେକୃଷ୍ଣ ପାତ୍ର, ମହେଶ୍ବର ଧଡ଼ା, ଘନଶ୍ୟାମ ଧଡ଼ା, କୈଳାସ ଚନ୍ଦ୍ର ବାରିକ, ଅମୂଲ୍ୟ କୁମାର ଧଡ଼ା, ଲୋକନାଥ ଧଡ଼ା, ମହେଶ୍ବର ଧରା, ଆନନ୍ଦ ଧଡ଼ା, ଲୁଲୁ ଧଡ଼ା, ଜିତେନ୍ଦ୍ର କୁମାର ଧରା, ଦୀପକ କୁମାର ଧରା, ଶୁଭମ ଧଡ଼ା, ବଳରାମ କାହାଳି, ଶ୍ୟାମସୁନ୍ଦର ଧରା ପ୍ରମୁଖ ଧାରଣାରେ ବସିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ‌ସେଠୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଧାରଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା କହିଥିଲେ। ଏପଟେ ଆନନ୍ଦପୁର ବିକାଶ ପରିଷଦର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ରମାକାନ୍ତ ନାୟକଙ୍କ ନେତୃତ୍ବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ବ ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ଭୌଗୋଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବାପାଇଁ ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ଜିଲ୍ଲା ପୁନର୍ଗଠନ ସମୟରେ ଆନନ୍ଦପୁର ଉପଖଣ୍ଡର ଜନସାଧାରଣଙ୍କ କଥା ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହି ପ୍ରତିନିଧି ଦଳରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋସ୍ବାମୀ ଗୋଲାମ ଦେବତା, ପ୍ରମୋଦ ରାଉତ, ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, ଅରୁଣ କୁମାର ମହାନ୍ତି, ଭରତ ବେହେରା, ନିରାକାର ଦଳେଇ, ଭାଗୀରଥି ଦାଶ, ଗଗନ ଭଟ୍ଟାଚାର୍ଯ୍ୟ, ସାମ୍ବାଦିକ ଶତ୍ରୁଘ୍ନ ସାହୁ, ଲୋକନାଥ ସିଂହ, ସନ୍ତୋଷ ରାଉତ, ମୁରଲୀଧର ମିଶ୍ର, ଜ୍ୟୋତିରଂଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ। ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ସମ୍ପର୍କରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ପ୍ରତିନିଧି ମଣ୍ଡଳି ଆଲୋଚନା କରିଛନ୍ତି।