ଭୁବନେଶ୍ବର : ଓଡ଼ିଶାରେ ଚାଲୁଥିବା ବସ୍ଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ରଖିବା ପାଇଁ ‘ଜେନେରାଲ୍ ଇନ୍ସ୍ୟୁରାନ୍ସ ପେନ୍ସନର୍ସ ଅଲ୍ ଇଣ୍ଡିଆ ଫେଡେରେସନ୍’ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପତ୍ରରେ ଗତ ଅକ୍ଟୋବର ମାସରେ ସଙ୍ଗଠନର ସଦସ୍ୟମାନେ ପୁରୀ ଭ୍ରମଣରେ ଆସିଥିବାବେଳେ ବସ୍ଯାତ୍ରା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିବା କଥା ଉଲ୍ଲେଖ କରାଯାଇଛି। ମାର୍ଚ୍ଚ ୨୦୧୧ରେ ପ୍ରଣୀତ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ନୀତିରେ ବସ୍, ରେଳ ତଥା ବିମାନ ଯାତ୍ରା ସମୟରେ ସୁବିଧାସୁଯୋଗର ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଉଲ୍ଲେଖ ରହିଛି। ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ବସ୍ଭଡ଼ାରେ ରିହାତି ଦିଆଯିବା ସହିତ ସିଟ୍ ସଂରକ୍ଷଣର ବ୍ୟବସ୍ଥା ରହିଛି। ଓଡ଼ିଶାରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସଙ୍ଗଠନର ସମ୍ପାଦକ ଏକ ଆବେଦନ ପତ୍ର ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କଥା ଫେଡେରେସନ୍ର ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାମଲ ଜଣାଇଛନ୍ତି।
ବରିଷ୍ଠ ନାଗରିକଙ୍କ ପାଇଁ ବସ୍ରେ ସିଟ୍ ସଂରକ୍ଷଣ ଦାବି
/sambad/media/post_attachments/wp-content/uploads/2018/12/bus-2.jpg)