ଉତ୍କଳିକା ଏମ୍‌ଡିଙ୍କୁ ହଟାଇବାକୁ ଦାବି

ଅଭିଯୋଗ ଉଦ୍ଦେଶ୍ୟପ୍ରଣୋଦିତ: ଏମ୍‌ଡି

ଭୁବନେଶ୍ୱର : ପରିଚାଳନା କମିଟିକୁ ଖାତିର୍‌ ନକରି ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ(ଉତ୍କଳିକା) ପରିଚାଳନା ନିର୍ଦ୍ଦେଶକ ନିଜ ମନଇଚ୍ଛା ଚଳାଉଥିବାରୁ ସମବାୟ ସମିତି ଅଧିନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛି ଉତ୍କଳ କାରିଗର ସପ୍ଲାୟର୍ସ ସଂଘ। ଆଜି ସଂଘର ଅଧ୍ୟକ୍ଷ ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ କାର୍ଯ୍ୟାଳୟ‌‌‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳିକା ବୋର୍ଡ ନିର୍ଦ୍ଦେଶକ ଦଣ୍ଡପାଣି ସାହୁ, ଭୋବନୀ ଓଝା, ନିଗମ ସ୍ବାଇଁ, ପ୍ରଫୁଲ୍ଲ ସିଂ, ହରିହର ମହାପାତ୍ର, କ୍ଷୀରୋଦ ମହାରଣା, ଶକୁନ୍ତଳା ହରିଚନ୍ଦନ ପ୍ରମୁଖ ଏଭଳି ଅଭିଯୋଗ ଆଣି ଏମ୍‌ଡିଙ୍କୁ ଅପସାରଣ କରିବା ପାଇଁ ଦାବି କରିଛନ୍ତି। ତାଙ୍କୁ ତୁରନ୍ତ ପରିଚାଳନା ନିର୍ଦ୍ଦେଶକ ପଦରୁ ହଟା ନ ଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଅଭିଯୋଗ ମୁତାବକ, ବଜେଟ୍‌ ଓଏସ୍‌ଏଚ୍‌ସି(ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ) ପରିଚାଳନା କମିଟି ଅନୁମୋଦିତ ନ ‌ହୋଇ ଅର୍ଥ ଖର୍ଚ୍ଚ ହୋଇଛି। ଏ ନେଇ ଏମ୍‌ଡି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ। ଲଗାତାର ୩ଟି ‌ବୈଠକ ନ ବସି ପାରିବାରୁ ସରକାରଙ୍କ ଉପଯୁକ୍ତ ବିଧି ବ୍ୟବସ୍ଥା ଭିତରେ କାମ ହୋଇଛି। କାରିଗରଙ୍କୁ ଚିହ୍ନଟ କରାଯାଇ ତାଙ୍କଠାରୁ ହିଁ ଜିନିଷ ଅଣାଯାଉଛି। କାରିଗରଙ୍କ ନାମରେ ଆର୍ଥିକ ଲାଭବାନ ହେଉଥିବା କେତେକ ଦଲାଲଙ୍କୁ ସୁଯୋଗ ଦିଆଯାଉନାହିଁ।

ସମ୍ବନ୍ଧିତ ଖବର