ତୁଷୁରା : ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରିବା ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ତୁଷୁରା ୟୁଥ୍ ଏକ୍ସନ କମିଟି ପକ୍ଷରୁ ଜୁଲାଇ ମାସର ପ୍ରତି ବୁଧବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ପରିପ୍ରେକ୍ଷୀରେ ବୁଧବାର ତୁଷୁରା ଏନ୍ଏସିରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ମଦଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି ନେଇ କିଛିଦିନ ତଳେ ତୁଷୁରାରୁ ବଲାଙ୍ଗୀରକୁ ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ପରେ ୨ଜଣ ଡାକ୍ତରଙ୍କୁ ଡେପୁଟେସନରେ ପଠାଇଥିଲା ପ୍ରଶାସନ। ଏବେ ସ୍ଥାୟୀ ଡାକ୍ତର ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଲୋକେ ଦାବି କରିଛନ୍ତି। ଆଗାମୀ ଦିନରେ ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଏକ୍ସନ କମିଟି ଚେତାବନୀ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/9d8024dc-fa72-4cf2-9086-3da7e1d8409b.jpg)