ଫ୍ଲାଏ ଓଭରବ୍ରିଜ୍‌ ଦାବିରେ ରେଳରୋକ

ରାଣୀତାଲ: ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଷ୍ଟେସନର ଅନତି ଦୂରରେ ଥିବା ଖଡ଼ଗପୁର  ଡିଭିଜନର ୧୧୫ନମ୍ବର ରେଳଫାଟକ ଠାରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଓ ନୂଆ ରେଳ ଲାଇନ ପାଖରେ ନୟନଯୋରି ଖନନ ଦାବି ନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ଭଦ୍ରକ ବ୍ଲକର ତିନୋଟି ପଞ୍ଚାୟତ ଓ ସିମୁଳିଆ, ଖଇରା ବ୍ଲକର ୧୦ଟି ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧିଙ୍କ ସହ ଜନସାଧାରଣ ରେଳ ଫାଟକ ଠାରେ ଅନଶନରେ ବସିଥିଲେ। ଯଦିବା ରେଳରୋକ କରିବା ପାଇଁ ପ୍ରସ୍ତାବ ଥିଲା କିନ୍ତୁ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଅଂଚଳବାସୀ ଶାନ୍ତିପୂର୍ଣ ଭାବେ ନିଜର ଦାବି ଉପସ୍ଥାପନା କରିଥିଲେ।

ରେଳବିଭାଗ ତରଫରୁ ଖଡ଼ଗପୁର ଡିଆରଏମ୍‌ ଆନ୍ଦୋଳନସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଅନ୍ୟପଟେ ପରିସ୍ଥିତି ଉତ୍ତେଜନାକୁ ଲକ୍ଷ୍ୟ କରି ଗ୍ରାମାଞ୍ଚଳ  ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ମୃତୟନ କରାଯାଇଥିଲ। ସମାଜସେବୀ ଜଗତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର, ରାହାଞ୍ଜ ସରପଞ୍ଚ ରାଜେନ୍ଦ୍ର ଦାଶ, ରମ୍ଭିଳା ସରପଞ୍ଚ ଗଣେଶ ପଣ୍ଡା, ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ପୂର୍ବତନ ନୌସେନାଧିକାରୀ ଅନନ୍ତ କିଶୋର ପଣ୍ଡା, ଶିକ୍ଷାବିତ ଚନ୍ଦ୍ରକାନ୍ତ ଶୁକ୍ଳ, ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ନେଇ ବ୍ୟସ୍ତବହୁଳ ରାଣୀତାଲ ଖଇରା ରାସ୍ତାର ଏହି ରେଳ ଫାଟକ ପାଇଁ ନା ରୋଗୀ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁଛି ନା ସ୍କୁଲ ପିଲା ବିଦ୍ୟାଳୟରେ ଠିକ୍‌ ସମୟରେ ପହଞ୍ଚି ପାରୁଛନ୍ତି। ସେହିଭଳି ଟ୍ରେନ ଲାଇନ କାମ ବେଳେ ନୟନଯୋରି ପୋତି ପକାଇଥିବାରୁ ଆଗାମୀ ବର୍ଷା ଦିନରେ ରେଳଲାଇନର ଉପରମୁଣ୍ଡ ଏଥର ପାଣିରେ ବୁଡିବ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହି ରାସ୍ତା‌େର ପୁଣି ରେଳରୋକ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର