ଆବାସ ଯୋଜନାରେ ସାମିଲ ଦାବି

ଖଡିଆଳ : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ଲର୍କା ଗ୍ରାମ ପଞ୍ଚାୟତରେ ରହୁଥିବା ବୃଦ୍ଧ ଦମ୍ପତି ଗତ ୧ ମାସ ଧରି ତାଙ୍କ ଭଙ୍ଗା ଘରେ ରହି ଆସୁଥିବା ଅଭିଯୋଗ ହେଉଛି। ସୂଚନାମତେ ଲର୍କା ଗ୍ରାମର ଦମ୍ପତି ଟାହାକ ପୁଞ୍ଜି(୬୮) ଏବଂ ମେଗେ ପୁଞ୍ଜି(୬୫)ଙ୍କର ଘର ଗତ ୧ ମାସ ତଳେ ଘୂର୍ଣ୍ଣିଝଡରେ ଘର ଭାଙ୍ଗି ଯାଇଥିଲା। ସେହି ଦିନ ଠାରୁ ଏହି ଦମ୍ପତି ନିଜ ସମ୍ପର୍କିୟଙ୍କ ଘରେ ଆଶ୍ରୟ ନେଉଛନ୍ତି । ଏନେଇ ସେମାନେ ସ୍ଥାନୀୟ ୱାର୍ଡସଭ୍ୟ, ଲର୍କା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବୋଡେନ ବିଡିଓ ପର୍ଯ୍ୟନ୍ତ ଅଭିଯୋଗ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ଯୋଗାଇ ଦିଆଯାଇନାହିଁ । ଅନ୍ୟଉପାୟ ନପାଇ ବୃଦ୍ଧବୃଦ୍ଧା ୨ ଜଣ ସମ୍ପର୍କିୟ ଘରେ ରହି ଆସୁଥିବା ବେଳେ ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେମାନେ ଘର ନିର୍ମାଣ କିମ୍ବା ମରାମତି କରି ପାରୁନାହାନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏହି ବୃଦ୍ଧ ବୃଦ୍ଧା ଦମ୍ପତିଙ୍କୁ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର