ବଡ଼ବିଲ: ବଡ଼ବିଲ ମୋନି ଟାୱାର ଛକରେ ଗତ ୧ ତାରିଖରେ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ସିହ୍ନା ଓରଫ ଭୋଳାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

Advertisment

ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଉପସଭାପତି ଶ୍ରଦ୍ଧାଞ୍ଜଳି କର ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ବିଲ ପୁଲିସ ଉପରେ ବର୍ଷିଛନ୍ତି। ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲାର ସିବିଆଇ ତଦନ୍ତ କରାଗଲା ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଶ୍ରୀମତୀ କର ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବଡ଼ବିଲର ପୂର୍ବତନ ପୌରାଧ୍ୟକ୍ଷ ଦିଲୀପ ମିଶ୍ର, ଦେବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।