ଭୁବନେଶ୍ୱର : ଶ୍ରୀକ୍ଷେତ୍ରଧାମ ପୁରୀ ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ପୁରୀରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି ହେଉଛି। ଏହି ବିଶ୍ୱବିଦ୍ୟାଳୟଟି ଏଠାରେ ପ୍ରତିଷ୍ଠା ହେଲେ ବହୁ ବିଦ୍ୟାର୍ଥୀ ଉପକୃତ ହୋଇପାରିବା ସହ ସେବାୟତଙ୍କ ମାର୍ଗ ‌ଦର୍ଶନରେ ମଧ୍ୟ ସହାୟକ ହୋଇପାରିବ।

Advertisment

publive-image

ଅନେକ ବିବାଦୀୟ ଘଟଣା ଭିତରେ ଶ୍ରୀକ୍ଷେତ୍ରଧାମ ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଢ଼ାଂଚାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି ହେଉଛି। ଫଳରେ ବହୁ ବିଦ୍ୟାର୍ଥୀ ଏହି ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରିପାରିବେ ବୋଲି ମିସନ ଫର ସେଂଟ୍ରାଲ ୟୁନିଭରସିଟି ପକ୍ଷରୁ କୁହାଯାଇଛି ।

publive-image

ପୁରୀ ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଏବଂ ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାରେ କୌଣସି ବାଧା ଉପୁଜିବ ନାହିଁ । ପୁରୀକୁ ପୁର୍ବ ଭାରତର କାଶୀ କୁହାଯାଉଥିବା ବେଳେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହାକୁ ଆନ୍ତର୍ଜାତୀୟ ସ୍ୱୀକୃତି ମଳିପାରିବ ବୋଲି ମିସନ ଫର ସେଂଟ୍ରାଲ ୟୁନିଭରସିଟି ସଂଯୋଜକ କହିଛନ୍ତି । ୨୦୧୩ ମସିହାରୁ ଏହି ଦାବିକୁ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।