ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରେ ଉପଖଣ୍ଡର ଶତାଧିକ ମହିଳା ସାମିଲ ହୋଇଥିଲେ। ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ କେନ୍ଦୁଝର ମୁଖ୍ୟାଳୟର ଦୂରତା ୧୩୦କିମିରୁ ଊର୍ଦ୍ଧ୍ବ ଲୋକେ ହଇରାଣ ହେଉଛନ୍ତି। ଅନେକ ସମୟରେ ସରକାରୀ କାମରେ କେନ୍ଦୁଝର ଗଲେ ଗୋଟିଏ ଦିନରେ ଫେରିବା ସମ୍ଭବ ହେଉନାହିଁ। ତେଣୁ ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ମହିଳାମାନେ ଦାବି କରିଛନ୍ତି।
ମହିଳା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ କରାଯାଇଛି। ମମତାରାଣୀ ଜେନା, ସଂଗୀତା ଦଳେଇ, ବବିତା ପତି, ପ୍ରଭାମୟୀ ରାମ, ବବିତା ରାମ, ମନୋରମା ରାମ, ମିନତି ବାରିକ, ମମତା ମଞ୍ଜରୀ ସାହୁ, ମୀନାରାଣୀ ଖୁଣ୍ଟିଆ, ସବିତା ରାମ, ମମତା ସିଂହ, ସତ୍ୟଭାମା ରାମ, ଶୁଭଶ୍ରୀ ରାମ, ମମତା ରାମ, ପ୍ରିୟତମା ଦଳେଇ, ସଂଯୁକ୍ତା ସେନ୍, ସବିତା ଦାସ, ରିତାଞ୍ଜଳି ଦଳେଇ, ନିର୍ମଳା ରାମ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।