ଭୁବନେଶ୍ବର : ରାଜ୍ୟ ଲ’ ଅଫିସରମାନଙ୍କ ଦୈନିକ ଓ ମାସିକ ଫି’ ବୃଦ୍ଧି କରିବାକୁ ରାଜ୍ୟ ଲ’ ଆସୋସିଏସନ୍(ନନ କ୍ୟାଡର) ସଂଘ ଦାବି କରିଛି। ଏନେଇ ଆଜି ଆସୋସିଏସନ ପକ୍ଷରୁ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ଓ ପ୍ରତିନିଧିମାନେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ୧୫୦୦ରୁ ଅଧିକ ଲ’ ଅଫିସର ବିଭିନ୍ନ ଅଦାଲତରେ କାମ କରୁଛନ୍ତି। ୨୦୧୬ ମସିହା ପରଠାରୁ ସରକାରଙ୍କ ତରଫରୁ ସେମାନଙ୍କୁ ଯେଉଁ ଫି’ ଦିଆଯାଉଛି ତାହା ଆଉ ବଢ଼ାଯାଉ ନାହିଁ। ଫଳରେ ଏତେ କମ ପାରିଶ୍ରମିକରେ ଚଳିବା କଷ୍ଟକର ହୋଇପଡ଼ୁଛି।
୨୦୨୧ ମସିହାରେ ହାଇକୋର୍ଟରେ କାର୍ଯ୍ୟରତ ଲ’ ଅଫିସରମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଥିବା ବେଳେ ନିମ୍ନ ଅଦାଲତରେ କାର୍ଯ୍ୟରତ ଅଫିସରମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇ ନାହିଁ। ତେଣୁ ଯଥାଶୀଘ୍ର ଫି’ ବୃଦ୍ଧି କରିବାକୁ ସଂଘର ପ୍ରତିନିଧିମାନେ ଦାବି କରିଛନ୍ତି। ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ କରାଯିବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ମନ୍ତ୍ରୀଙ୍କୁ ଭେଟିଥିବା ଆସୋସିଏସନର ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ସୁରେଶ ବାରିକ, ରୁଦ୍ରପ୍ରସାଦ ନନ୍ଦ, ପ୍ରଦୀପ ମିଶ୍ର, ଅଶୋକ ସ୍ବାଇଁ, ଭିକାରି ମହାନ୍ତି, ବେଣୁଧର ବସ୍ତିଆ, ପ୍ରଦୀପ ଶତପଥୀ, ଦେବେନ୍ଦ୍ର ନାଥ ବାରିକ, ବିଜୟ କୁମାର ମହାନ୍ତି, ବଳରାମ ଦେଓ, ବିଶ୍ବ ନାରାୟଣ ମହାନ୍ତି, ଜୟନ୍ତ ମିଶ୍ର, ବିଶ୍ବଶ୍ବରୀ ମହାନ୍ତି, ରଣଜିତ ମହାପାତ୍ର, ସମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/law.jpg)