ରାଇରଙ୍ଗପୁର: ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କୁ କୁଡୁମି ସେନା ଓଡିଶା ବାମନଘାଟୀ ଶାଖା ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଅମୃତ ଭାରତ ରେଳ ଷ୍ଟେସନରେ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି ।
ତେବେ ବାମନଘାଟି ଉପଖଣ୍ଡର ବିଭିନ୍ନ ସ୍ଥାନରେ ବହୁ ମହାପୁରୁଷ ତଥା ଅନ୍ୟ ସମ୍ପ୍ରଦାୟର ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳୁଛି । କିନ୍ତୁ ଦୁଃଖର ବିଷୟ ଯେ, ବାମନଘାଟି ଉପଖଣ୍ଡରେ ସବୁଠାରୁ ଅଧିକ ବସବାସ କରୁଥିବା କୁଡୁମି ସମ୍ପ୍ରଦାୟର ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିବାର ଦେଖିବାକୁ ମିଳୁନାହିଁ ।
ଏନେଇ କୁଡୁମି ସେନା ବାମନଘାଟୀ ଶାଖା ପକ୍ଷରୁ ସେହି ସ୍ଥାନରେ ଚୁହାଳ ବିଦ୍ରୋହର ମହାନାୟକ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ବୀର ଶହୀଦ ରଘୁନାଥ ମହାନ୍ତ ଓ ମୟୁରଭଞ୍ଜ ମାଟିର ବୀର ଶହୀଦ କାଳିଆ ମହାନ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଦାବି କରିଛନ୍ତି ।
ଦାବି ପତ୍ର ପ୍ରଦାନ ସମୟରେ କୁଡୁମି ସେନାର ବନମାଳୀ ମହାନ୍ତ,ଆନନ୍ଦ ମହାନ୍ତ,ରାଜା ମହାନ୍ତ,ବରୁଣ ମହାନ୍ତ,ସୁଜାତା ମହାନ୍ତ,ସୁମନା ମହାନ୍ତ,ପ୍ରେମଲତା ମହାନ୍ତ,ସୁକୁମାରୀ ମହାନ୍ତ, ଚୈତନ୍ୟପ୍ରସାଦ ମହାନ୍ତ,ପାର୍ବତୀ ମହାନ୍ତ,ଶାନ୍ତିଲତା ମହାନ୍ତ,କମଳିନୀ ମହାନ୍ତ,ପାର୍ବତୀ ମହାନ୍ତଙ୍କ ସମେତ ବହୁ କୁଡୁମି କର୍ମୀ ସାମିଲ ଥିଲେ। ଦାବି ପତ୍ରର ନକଲ ରାଇରଙ୍ଗପୁର ବିଧାୟକ, ମୟୁରଭଞ୍ଜ ଜିଲ୍ଲାପାଳ,ଲୋକସଭା ସାଂସଦ, ରେଳ ବିଭାଗର ଜି ଏମ,ଡିଆରଏମ,ମୁଖ୍ୟମନ୍ତ୍ରୀ,ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/29/ZcnUdt6mm3qwrc31wyGc.jpg)