ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଦାବି

ସମ୍ବଲପୁର : ସମ୍ବଲପୁରରୁ ଜଣକୁ ରାଜ୍ୟସଭାକୁ ପଠାଇବାକୁ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ଆହ୍ବାନ କରାଯାଇଛି। ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କୁ ଏଥର ରାଜ୍ୟସଭାକୁ ପଠାଇବାକୁ ପରିଷଦ ପ୍ରସ୍ତାବ ଦେଇଛି। ଗୁରୁବାର ସ୍ଥାନୀୟ ପ୍ରେସ କ୍ଲବରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ମୁଖ୍ୟ ଉପଦେଷ୍ଟା ନିହାଲ ସିଂହ କହିଲେ, ଡ. ହରିପାଲଙ୍କୁ ରାଜ୍ୟସଭା ପଠାଗଲେ ପଶ୍ଚିମ ଓଡ଼ିଶାର ଜନସାଧାରଣ ଓ ଏଠାକାର କଳା ସଂସ୍କୃତିକୁ ଉପଯୁକ୍ତ ସମ୍ମାନ ମିଳିବ। ରଂଗବତୀ ଗାୟକ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କର ପ୍ରିୟ ହୋଇଥିବାରୁ ସେ ରାଜ୍ୟସଭାକୁ ଗଲେ ମୁଖ୍ୟମନ୍ତ୍ରୀ ବିଜେପୁରରୁ ଇସ୍ତଫା ଦେଇଥିବା ନେଇ ସୃଷ୍ଟ ଅସନ୍ତୋଷ କିଛି ମାତ୍ରାରେ ପ୍ରଶମିତ ହୋଇ ପାରିବ। ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷା ରୂପାଞ୍ଜଳି ରଣବିଡ଼ା, ମହାସଚିବ ସେକ ଇନ୍ତେଖାପ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର