ବୌଦ୍ଧ: ୧୯୯୪ ମସିହା ବୌଦ୍ଧ ଜିଲ୍ଲା ଗଠନ ହେବାଠାରୁ ସମ୍ବଲପୁର ଆର୍‌ଡିସିରେ ସାମିଲ ହେବା ପାଇଁ ଦାବି ହୋଇ ଆସୁଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ଆର୍‌ଡିସି ଅଧୀନରେ ରହିଛି। ବହୁ ବର୍ଷର ଜିଲ୍ଲାବାସୀଙ୍କ ଦାବି ରାଜ୍ୟ ସରକାରଙ୍କଠାରେ ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। ସେହିପରି ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ‌ ସ୍ଥାପନ ପାଇଁ ସଂଘ ଦାବି କରିଛି। ବୁଧବାର ଜିଲ୍ଲା ଓକିଲ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନ୍ଦୋଳନ କରିଛି। ଜିଲ୍ଲା ଓକିଲ ସଂଘର ସଭାପତି ତାରେଣୀ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ଦୋଳନରେ ବସିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

Advertisment

ଏହି ପ୍ରତିବାଦ ସଭାରେ ସଂଘର ବରିଷ୍ଠ ଆଇନଜୀବୀ ଓମପ୍ରକାଶ ମିଶ୍ର, ସଂପାଦକ ଅଶୋକ ମିଶ୍ର, ସୁଧୀର କର୍ଣ୍ଣ, ସୁରେଶ ଚନ୍ଦ୍ର ମେହେର, ଧୁରୀଣ ଦେହୁରୀ, ଦେବରଂଜନ ମହାକୁଡ଼, ଆଶୋକ ସାହୁ, ଶିବପ୍ରସାଦ ପଣ୍ତା, ତାରେଣୀ ଜେନା, ଜ୍ୟୋତିରଂଜନ ସିହ୍ନା, ରାଜେନ୍ଦ୍ର ଦେହୁରୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, ଦେବରଂଜନ ବିଶି, ସୁରେନ୍ଦ୍ର ପ୍ରଧାନ, ଯାମିନୀ ମୁଖୀ, ତଡ଼ଶା ମାଝୀ, ଅଙ୍କିତା ଶତପଥୀ, ମନୋଜ ମହାରଣା, ଜୁଲିୟସ ମହାକୁଳ, ଅମ୍ରିତ ପ୍ରଧାନ, ପ୍ରତିମ ମିଶ୍ର, ବିବେକାନନ୍ଦ ଦେହୁରୀ, ମନୋଜ ତ୍ରିପାଠୀ, କୁନାଲ ପାଣିଗ୍ରାହୀ, ଆଶୁତୋଷ ସାହୁ, ଆଶୁତୋଷ ଦାସ, ଅବିନାଶ ମେହେର, ତୁଷାରକାନ୍ତ ଦୀପ, ତରଣୀସେନ ଭୋକ୍ତା, ହରୀଶ ମିଶ୍ର, ପରମେଶ୍ବର ବିଶି ଓ ଅଜିତ ବାରିକଙ୍କ ସହ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।