ଆବଶ୍ୟକ ୧୩.୨୫ ଲକ୍ଷ ଟନ୍‌ ଆଳୁ, ଉତ୍ପାଦନ ୩.୨୫

ଭୁବନେଶ୍ୱର: ଜାତୀୟ ନମୁନା ସର୍ବେକ୍ଷଣ (ଏନ୍‌ଏସ୍‌ଏସ୍‌)ର ୬୮ତମ ରାଉଣ୍ଡ ଓ ୨୦୨୧ର ପ୍ରସ୍ତାବିତ ଜନସଂଖ୍ୟା ଆଧାରରେ ରାଜ୍ୟରେ ବର୍ଷକୁ ପ୍ରାୟ ୧୩.୨୫ଲକ୍ଷ ମେଟ୍ରିନ୍ ଟନ୍‌ ଆଳୁ ଓ ୩.୫୫ଲକ୍ଷ ମେଟ୍ରିକ ଟନ୍‌ ପିଆଜର ଆବଶ୍ୟକତା ରହିଛି। ରାଜ୍ୟରେ ୨୦୨୧-୨୨ ମସିହାରେ ୩.୨୫ଲକ୍ଷ ମେଟ୍ରିକ ଟନ୍ ଆଳୁ, ୩.୬୮ଲକ୍ଷ ମେଟ୍ରିକ ଟନ୍ ପିଆଜ ଓ ୦.୩୯ ଲକ୍ଷ ମେଟ୍ରିକ ଟନ୍ ରସୁଣ ଅମଳ ହୋଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଏହି ୩ଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ମସଲାରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଆଳୁ, ପନିପରିବା ଓ ମସଲା ଉନ୍ନୟନ ନାମକ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟକୁ ଆଳୁ, ପିଆଜ ଓ ରସୁଣରେ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁଯାୟୀ କୃଷକମାନଙ୍କୁ ଆଳୁ ଓ ପିଆଜ ଚାଷ ପାଇଁ ହେକ୍ଟର ପିଛା ୫୮ହଜାର ଟଙ୍କା, ରସୁଣ ଚାଷ ପାଇଁ ହେକ୍ଟର ପିଛା ୮୨ହଜାର ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ଏହାବାଦ୍ ଖରିଫ ଋତୁରେ ଆଳୁ ଓ ପିଆଜ ଚାଷକୁ ବ୍ୟାପକ କରିବା ପାଇଁ ସହାୟତା ଦିଆଯାଉଛି।

ସମ୍ବନ୍ଧିତ ଖବର