ଜୟପୁର: ପିଇବା ପାଣି ଓ ରାସ୍ତା ନିର୍ମାଣ ଦାବି କରି ବୋରିଗୁମ୍ମା ବ୍ଲକର ରଣସପୁର ପଂଚାୟସର ରାଣୀଗଡ, ସରଗିପଦର ଓ ଆମ୍ବାବେଲୀ  ଗ୍ରାମବାସୀ ମାନଙ୍କୁ ନେଇ ସ୍ବେଚ୍ଛାସେବୀ ବି.ହରିରାଓ ଜୟପୁର ସଦରଥାନାରୁ ପଦଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଏଠାରେ ଚାଳିଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗଶୁଣାଣୀରେ ଜିଲ୍ଲାପାଳଙ୍କ  ଉଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ରାଜେନ୍ଦ୍ର ମାଝୀ  ଗ୍ରହଣ କରିଥିଲେ। ପିଇବା ପାଇଁ ସ୍ବଚ୍ଛ ମୁନ୍ଦେ ପାଣି ମିଳୁ ନାହିଁ। ଗାଁକୁ ଯିବା ଆସିବା କରିବା ପାଇଁ  ଭଲ ରାସ୍ତା ଖଣ୍ଡିକ କରାଯାଇନି।  ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ମୁନ୍ଦେ ସ୍ବଚ୍ଛ୍‌ ପିଇବା ପାଣି ନ ପାଇବା , ଜରୁରୀ ସମୟରେ ଗାଁରୁ ଆମ୍ବୁଲାନସରେ ରୋଗୀ ଆସି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ।

Advertisment

ଏଭଳି ଅଭିଯୋଗ କରିଛନ୍ତି ବୋରିଗୁମ୍ମା ବ୍ଲକର ରଣସପୁର ପଂଚାୟସର ସରଗିପଦର ଗାଁର ଲଚ୍ଛମା ମୁଦୁଲି, ମାଣ୍ଡିଲି ମୁଦୁଲି, ଲକ୍ଷ୍ମୀ ମୁଦୁଲି, ଯମୁନା ମୁଦିଲିଙ୍କ ସହ ଶତାଧିକ ଗ୍ରାମବାସୀ।  ଗାଁରେ ନଳକୂଅ ନଥିବାରୁ ଗ୍ରାମବାସୀ ମାନେ ଚୁଆ, ନାଳ ତଥା ପର୍ବତ ପାର୍ଶ୍ବରୁ ଆସୁଥବା ଝରଣାର ପାଣି ଆଣି ପିଉଛୁ। ବହୁ ସମୟରେ ଏହି ମଇଳା ପାଣି ପିଇବା ଦ୍ବାରା ପେଟ ରୋଗ ସହ ଝାଡାବାନ୍ତିର ଶୀକାର ହେଉଥିବା ମହିଳା ମାନେ ଅଭିଯୋଗ କରିଥିଲେ। ଏହି ଗାଁ ଗୁଡିକରେ ତୁରନ୍ତ ନଳକୂଅ ଖୋଳିବା ଏବଂ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଗତ ୩ବର୍ଷ ହେବ ବୋରିଗୁମ୍ମା ବିଡିଓ, ଲୋକପ୍ରତିନିଧିଙ୍କୁ ଅବଗତ କରିବା ପରେ ବି ଏମାନଙ୍କର ସମସ୍ୟା ଦୁର ହେଉ ନଥିବା ଏମାନେ ଅଭିଯୋଗ କରିଥିଲେ। ବାରମ୍ବାର ଏଭଳି ଅଭିଯୋଗ କରିବା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ପରେ ବି ପ୍ରଶାସନ କାହିଁକି ଆମ ମୌଳିକ ଅଧିକାର ଦେବାକୁ ଇଛା ପ୍ରକାଶ କରୁନାହିଁ ବୋଲି ଏହି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।