ବ୍ଲକ୍‌ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନାଭୁକ୍ତ) ପକ୍ଷରୁ ଏକ ଦାବିପତ୍ର ବିଇଓଙ୍କୁ ଦିଆଯାଇଛି। ବର୍ତ୍ତମାନ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାରେ ଗତବର୍ଷ ଜୁଲାଇ ମାସରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ହୋଇଥିଲା। ଫଳରେ ବର୍ତ୍ତମାନ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଞ୍ଚିତ ହେବା ଆଶଙ୍କା ରହିଛି। ତେଣୁ ଆଉ ୩୭ ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ ତାରିଖକୁ ଘୁଞ୍ଚାଇ ଦିଆଗଲେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ସଂଘର ସଭାପତି ବିରଂଚି ନାରାୟଣ ଦାଶଙ୍କ ନେତୃତ୍ୱରେ ସଂପାଦକ ଜାନକୀରାମ ସାମବେଦମ, ପ୍ରେମରାଜ ପାଣିଗ୍ରାହୀ, ଦୀପ୍ତିରାଣୀ ଦାସ, ଅନୁପ ଦାସ, କୃତ୍ତିବାସ ବରିହା, ମଣି ମାଝୀ, ଅର୍ଜୁନ ଧରୁଆ, ବିକାଶ ବର୍ଗେ, କାନ୍ତିଲତା ବର୍ଗେ, ସୀମା ମୁଗ୍ରୀ, ମଲ୍ଲିକ ଆବିଦ, ଶିବାନନ୍ଦ ମାଝୀ, ବିମଳ ଧରୁଆ, ମନୋଜ ବରିହା, ରାଜଦୀପ ପୁରୋହିତ, ନିହିରୁ ତାଣ୍ଡି, ଭବାନୀଶଙ୍କର ମାଝୀ, ଭରତ ମିର୍ଦ୍ଧା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ବିଇଓଙ୍କ ପ୍ରତିନିଧି ଭାବେ ବୁଦ୍ଧଦେବ ବଞ୍ଛୋର ଦାବିପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର