ତହସିଲଦାରଙ୍କୁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଦାବିପତ୍ର

ମୁରିବାହାଲ: ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ୩ଦଫା ଦାବି ନେଇ ସୋମବାର ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ ଆଦିବାସୀମାନେ ୯୦ବର୍ଷ ଧରି ଚାଷ କରି ଆସୁଥିବା ଜମିକୁ ଶୀଘ୍ର ପଟ୍ଟା ପ୍ରଦାନ, ପୁଲିସ ଦ୍ବାରା ନଷ୍ଟ କରାଯାଇଥିବା ଆଦିବାସୀଙ୍କ କପା ଚାଷର କ୍ଷତିପୂରଣ ଦେବା, ଆଦିବାସୀଙ୍କ ଦଖଲରେ ଥିବା ଜମିରେ କୌଣସି ସରକାରୀ ଅନୁଷ୍ଠାନ ନକରି ଅନ୍ୟତ୍ର ସ୍ଥାପନ କରାଯିବା ଆଦି ରହିଛି।

ସଂଗଠନର ଦୁଷିମଣି ପ୍ରଧାନୀ, ସଂକୀର୍ତ୍ତନ ଶିକା, ଗୋପାଳ ସିଂ ଭୋଇ, ଗଣନାଥ ପ୍ରଧାନୀ, ବିଦ୍ୟାଧର ଭୋଇ, ଯୁଧିଷ୍ଠିର ମାଝୀ, ପ୍ରଦୀପ ମାଝୀ ଓ କିରଣ ଭୋଇ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର